ସାହିତ୍ୟିକ କବି ବନ୍ଧୁ ପରିବାରର ଦ୍ବିତୀୟ ମାସିକ ଗଳ୍ପ ଆସର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଭର୍ଚୁଆଲ ମୋଡ଼ରେ ମାସିକ ଗଦ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୩୭ ଜଣ ସ୍ରଷ୍ଟାଙ୍କର ଉପସ୍ଥିତିରେ ୧୩ ଜଣ ଗାଳ୍ପିକ, ଗାଳ୍ପିକାଙ୍କର ଗଳ୍ପ ପଠନ ହୋଇଥିଲା । ସାହିତ୍ୟିକ କବି ବନ୍ଧୁ ପରିବାରର ବଡ଼ଭାଇ ବିଶ୍ଵେଶ୍ଵର ମାଝୀଙ୍କର ସୁପରାମର୍ଶ ଓ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କର ପରିଚାଳନାରେ ଏହା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଉପସ୍ଥାପକ ହୃଦୟ ରଞ୍ଜନ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର ଏବଂ ଇଂ. ଭରତ ଚରଣ ବେହେରା ଏହି ଆସରର ଅତିଥି ଭାବେ ଯୋଗଦେଇ ଗାଳ୍ପିକମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ଏପରି କାର୍ଯ୍ୟକ୍ରମ କଲେ ଗଦ୍ୟ ସାହିତ୍ୟ, ଅଣୁଗଳ୍ପ ପ୍ରତି ସମସ୍ତେ ଯଥେଷ୍ଟ ଆକୃଷ୍ଟ ହେବେ ବୋଲି ବିଶ୍ବେଶ୍ବର ମାଝୀ, ନିରଞ୍ଜନ କରଣ ଓ ସ୍ନେହ ମିଶ୍ର କହିଥିଲେ । ଯୁବ ଗାଳ୍ପିକ ଅଂଶୁମାନ ସାହୁ, ଶ୍ରୀସିକ୍ତା ଶୁଭଦର୍ଶିନୀ, ଜିତେନ୍ଦ୍ର ଗିରି, ରୀତା ଅପରାଜିତା, ଡ଼.ପ୍ରିୟମ୍ବଦା ସାମଲ, ବିଶ୍ଵେଶ୍ଵର ମାଝୀ, ପ୍ରତିମା ଶତପଥୀ, ଇଂ ଭରତ ଚରଣ ବେହେରା, ଅରୁଣ କୁମାର ମହାପାତ୍ର, ଗୀତାଞ୍ଜଳି ପୃଷ୍ଟି, ମମତା ଶତପଥୀ, ନର୍ମଦା ଦାସ ନାୟକ, ନିର୍ମଳ ନାୟକ, ନିରଞ୍ଜନ କରଣ ଇତ୍ୟାଦି ଗାଳ୍ପିକ ଗାଳ୍ପିକା ଗଳ୍ପ ପଠନ କରିଥିଲେ । ବିଶ୍ବେଶ୍ବର ମାଝୀ ଗଳ୍ପଗୁଡ଼ିର ସମୀକ୍ଷା କରି ପ୍ରେରଣା ଓ ଗଠନମୂଳକ ମତାମତ ଦେଇଥିଲେ । ଗଳ୍ପ ଗୁଡ଼ିକ ବେଶ୍ ଶିକ୍ଷଣୀୟ ଓ ସମାଜ ଉପଯୋଗୀ ହୋଇଥିଲା ବୋଲି ଯୁବ ସାହିତ୍ୟିକ ଜ୍ୟୋତି ରଞ୍ଜନ ବାରିକ କହିଥିଲେ ।ପରିବାରର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ପ୍ରଣତି ମହାପାତ୍ର ଶାନ୍ତିପାଠ କରି ସଭାକାର୍ଯ୍ୟ ସାଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.