ନୀଳକଣ୍ଠେଶ୍ୱର ଶିବ ମନ୍ଦିର ନର୍ଲାରୋଡ ଠାରେ ଶିବରାତ୍ରୀ ପାଳନ

ॐ ନମଃ ଶିବାୟ ଧ୍ବନୀରେ ପ୍ରକମ୍ପିତ ହେଲା ଗଗନ ପବନ

ରାତି ୧୦.୩୦ ରେ ଉଠିଲା ମହାଦୀପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ଶିବରାତ୍ରୀ । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଖାଁ ଖାଁ ହୋଇ ପଡିଥିଲା ଏହି ଉତ୍ସବ । ପବିତ୍ର ମହା ଶିବରାତ୍ରୀରେ ନର୍ଲାରୋଡର ନୀଳ କଣ୍ଠେଶ୍ୱର ଶିବ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଜାଗର ଜାଳି ଉଜାଗରରେ ବସିଥିଲେ । ଲାଣ୍ଡି ଡୁଙ୍ଗୁରି ସ୍ଥିତ ଶିବ ମନ୍ଦିର ପରିସର ଭକ୍ତ ସମାଗମରେ ଭରି ଉଠିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲାରୋଡର ହମେଶ ଜୈନ ଦମ୍ପତି ମହାଦୀପ ମୁଣ୍ଡେଇ ମନ୍ଦିର ବେଢା ପରିକ୍ରମା କରିଥିଲେ । ମହାଦୀପ ସହିତ ନର୍ଲା ସଂକୀର୍ତ୍ତନ ମଣ୍ଡଳୀ ସହିତ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିକ୍ରମା କରିଥିଲେ । ରାତ୍ର ୧୦.୩୦ ସମୟରେ ଉଠିଥିଲା ମହାଦୀପ । ହରହର ମହାଦେବ, ॐ ନମଃ ଶିବାୟ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିସର । ଏଥିରେ ସାମୁହିକ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Udyog Nursery
Udyogi Nursery

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ଗୋବିନ୍ଦରାମ କେଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଶିବରାତ୍ର ପାଳନ କମିଟିର ସଭାପତି ହମେଶ କୁମାର ଜୈନଙ୍କ ନେତୃତ୍ୱରେ ଶିବରାତ୍ର ପାଳନ ହୋଇଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ, ନରସିଂହ ମହାରଣା, ଅମର ରାଉତ, ବିନାୟକ ମହନ୍ତ, ମଧୁସୁଦନ ରାଉତ, ତୀର୍ଥ ବୁଦ୍ଧିଆ, ବିମଲ କୁମାର କେଡିଆ, ସୁବାସ ସାହୁ (ପାଣ୍ଡା), ରିଣ୍ଟୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବରାତ୍ର ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଞ୍ଚଳର ୫ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ । ନର୍ଲାରୋଡ ଶିବରାତ୍ରୀରେ ୫ ହଜାରରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଶୃଙ୍ଖଳା ପାଇଁ ନର୍ଲା ପୋଲିସ୍ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।

ସାରା ଦେଶର ଶୈବପୀଠ ଗୁଡିକରେ ଶିବରାତ୍ରୀ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଶୈବପୀଠ ଗୁଡିକରେ ମଧ୍ୟ ମହା ଶିବରାତ୍ରୀ ଆଡମ୍ବର ସହକାରେ ପାଳିତ ହୋଇଥିଲା । ବଡି ଭୋରରୁ ଶିବମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିତ ଦେଖିବାକୁ ମିଳିଥିଲା । ନର୍ଲା ଅଞ୍ଚଳରେ ରହିଥିବା ଶୈବପୀଠ ଗୁଡିକ ମଧ୍ୟରେ ନର୍ଲା, ନର୍ଲାରୋଡ ନୀଳ କଣ୍ଠେଶ୍ୱର ଶିବ ମନ୍ଦିର, ଖମ୍ବପଡା, ତୁଳାପଡା, ବିଲାଟ୍, କେରାଣ୍ଡିଖୁଣ୍ଟି, ବୁଢିପଦର, ସରିଆଁ, ଭୀମକେଲା, ତୁଳାପଡା, ଛତିକୁଡା ପ୍ରଭୃତି ଶିବ ମନ୍ଦିର ଗୁଡିକରେ ଶିବରାତ୍ର ଯୋଗୁଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.