କୃଷିଜାତ ଦ୍ରବ୍ୟର ବ୍ୟୁତ୍ପତ୍ତି ମୂଳକ ବଜାର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କୃଷିଜାତ ଦ୍ରବ୍ୟର ବ୍ୟୁତ୍ପତ୍ତି ମୂଳକ ବଜାର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଭୁବନେଶ୍ୱରର ମଧୁସୂଦନ ସମବାୟ ପରିଚାଳନା ସଂସ୍ଥାନ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଂସ୍ଥାର ଅଧ୍ୟକ୍ଷା ଡ଼ଃ. ସିମା ବି ମିଶ୍ର ଉପସ୍ଥିତ ରହିଥିବା ବେଳେ ଉକ୍ତ ସଂସ୍ଥାର ପ୍ରଫେସର ଡ଼ଃ. ସଞ୍ଜିବ କୁମାର ହୋତା କୃଷିଜାତ ଦ୍ରବ୍ୟ କପରି ଭାବରେ ବିକ୍ରି କରି ପାରିବେ ସେହି ସମ୍ପର୍କରେ ଚାଷିମାନଙ୍କୁ ବୁଝାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁମ୍ବାଇ ସେବି ସଂସ୍ଥା ଭୁବନେଶ୍ୱରର ଶାଖା ଅଧିକାରୀ ସୋମ୍ୟରଞ୍ଜନ ସାହୁ ଯୋଗଦେଇ ସେବି ସଂସ୍ଥା ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ । ଏଥିରେ ଜୟପାଟଣା, କୋକସରା ଏବଂ କଳମପୁର ବ୍ଲକର ଅନେକ ଚାଷି ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.