ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୬ତମ ଜନ୍ମଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ଝଡ଼ର ଇଗଲ୍ ସେ । ଆଜି ପ୍ରବାଦ ପୁରୁଷ ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ପାଳନ ହୋଇଯାଇଛି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୁଆଗାଁ, ବାଲିଗୁଡ଼ା, କୋଟଗଡ଼ ଓ ତୁମୁଡ଼ିବନ୍ଧ ଚାରୋଟି ବ୍ଲକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ବିଜୁବାବୁଙ୍କୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ସଭାପତି, ନେତା, କର୍ମୀ ଓ ନବ ନିର୍ବାଚିତ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଲୋକ କଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ ଆଙ୍କିଥିଲେ ବିକାଶର ବିସ୍ତୃତ ନକ୍ସା । ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ବାଭିମାନ ଓ ଗୌରବ ପାଇଁ । ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି । ସେହି ବିକାଶ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ନେତା ଓ କର୍ମୀ । ଏହି ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଅଧ୍ୟକ୍ଷତାରେ କ.ନୁଆଗାଁଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏଥିରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସ, ତୁମୁଡ଼ିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ନବ ନିର୍ବାଚିତ ଚାରିଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଶିଷ ଦିଗାଲ, ନନ୍ଦିନୀ ମଳିକ, ନବୀନ ପାତ୍ର ଓ ଅନିତା ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ଓ ଯୁବ ନେତାଙ୍କ ସମେତ ଦଳିୟ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ବିଜୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁବାବୁଙ୍କ ସୃତିଚାରଣ କରିଥିଲେ । ଏଥିସହିତ ବିଜୁବାବୁଙ୍କ ସୁପୁତ୍ର ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବି ଯେଉଁ ସବୁ ବିକାଶ ମୁଳକ କାର୍ଯ୍ୟ କରୁଛନ୍ତି ସେଥିରେ ସମସ୍ତେ ସହଯୋଗ କରି ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାପାଇଁ ସମସ୍ତେ ସଙ୍କଳ୍ପ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.