ଖାଇବା ତେଲ କଳାବଜାରୀ ଆଶଙ୍କା: ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବ୍ୟବସାୟୀଙ୍କ ଷ୍ଟକ ରେକର୍ଡ ଯାଞ୍ଚ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଓଡିଶାରେ ଦେଖାଦେଇଛି ଏହାର ପ୍ରଭାବ । ୟୁକ୍ରେନରୁ ସର୍ବାଧିକ ଆମଦାନୀ ହେଉଥିବା ପାମୋଲିନ ଓ ସନଫ୍ଲାଓ୍ବାର ଭଳି ଖାଇବା ତୈଳର ଦର ଏବେ ଆକାଶ ଛୁଆଁ । ଯାହାର ସିଧାସଳଖ ପ୍ରଭାବ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାରେ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି । ତେବେ ଆଜି ରାୟଗଡା ସହରରେ ତେଲ କଳାବଜାରୀକୁ ଆଶଙ୍କା କରି ସହରର ବିଭିନ୍ନ ତେଲ ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢାଉ କରି ଷ୍ଟକ ରେକର୍ଡ ଯାଂଚ କରିଛନ୍ତି ଜିଲ୍ଲା ଯୋଗାଣ ବିଭାଗର ଏକ ଟିମ । ଗତ ଦୁଇବର୍ଷ ଧରି କରୋନା ମାଡରେ ଲୋକେ ଦୋହଲି ଯାଇଥିବା ବେଳେ ଖାଇବା ତେଲ ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ଆହୁରି ଚିନ୍ତାରେ ପକାଇଛି । ରାଜ୍ୟ ଯୋଗାଣ ବିଭାଗ ତରଫରୁ ଏ ନେଇ ଖାଇବା ତେଲର କଳାବଜାରୀ ରୋକିବାକୁ ଏବଂ ଜିଲ୍ଳାରେ ଚାହିଦା ମୁତାବକ ଖାଇବା ତେଲର ଷ୍ଟକର ତଦାରଖ କରିବା ପାଇଁ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାୟଗଡା ବଜାରରେ ଖାଇବା ତେଲ ଏମଆରପି ରେଟ ଠାରୁ ଅଧିକା ଦରରେ ବିକ୍ରି ହେଉଥିବାରୁ ଲିଟର ପିଚ୍ଛା ୧୬୦ଟଙ୍କାରୁ ଅଧିକା ବିିକ୍ରି ହେଉଥିବା ଅଭିଯୋଗ ହେଉଛି । ଅପରପକ୍ଷେ ଜିଲ୍ଳା ଯୋଗାଣ ବିଭାଗ ତଥା ପ୍ରଶାସନ କର୍ତୁପକ୍ଷ ଷ୍ଟକିଷ୍ଟମାନଙ୍କ ଠାରେ ଚଢାଉ କରୁ ନ ଥିବାରୁ ବଜାରରେ ଖାଇବା ତେଲର କଳାବଜାରୀ ବୃଦ୍ଧି ପାଇବା ନେଇ ଗ୍ରାହକମାନେ ଆଶଙ୍କା କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.