ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ଅପହଞ୍ଚ ଓ ମାଓପ୍ରବଣ ଗ୍ରାମ ପଞ୍ଚାୟତ ଲୁବେନଗଡର ଦ୍ୱିତୀୟ ସରପଞ୍ଚ ହେଇଛନ୍ତି ରମା ମାଝୀ । ଗତ ନିର୍ବାଚନ ବେଳେ ଏହି ଗ୍ରାମ ପଞ୍ଚାୟତଟି ନୂତନ ଭାବରେ ଗଠିତ ହେଇଥିବାବେଳେ, ରମା ମାଝୀ ପ୍ରଥମ ସରପଞ୍ଚଙ୍କୁ ହରେଇ ଏହି ଆସନରେ ବିଜୟୀ ହେଇଛନ୍ତି । ନିଜର ଲୋକପ୍ରିୟତା ଓ ସେବା ମନୋଭାବ ଯୋଗୁଁ ସେ ଏହି ସଫଳତା ପାଇଥିବା ଜଣାପଡିଛି । ଶ୍ରୀମତୀ ମାଝୀ ନିଜର ପ୍ରତିକ୍ରିୟାରେ ଲୋକଙ୍କ ଭରସା ମୋ ଉପରେ ଥିବାରୁ ନିଶ୍ଚିତ ମୁଁ ପଞ୍ଚାୟତର ବିକାଶରେ ସହାୟକ ହେବି ବୋଲି କହିବା ସହିତ ନିଜର କୃତଜ୍ଞତା ପଞ୍ଚାୟତବାସୀଙ୍କୁ ଜ୍ଞାପନ କରିଛନ୍ତି । ଏହାସହ ଏହି ଆଭ୍ୟନ୍ତରୀଣ ପଞ୍ଚାୟତର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।