ଭାଇଚାରାର ବାର୍ତ୍ତା ଦେଇ ବାହୁଡି ଗଲା ହୋଲି, ପୁଣି ବର୍ଷକର ଅପେକ୍ଷା

ଅବିର ରଙ୍ଗରେ ରଙ୍ଗାୟିତ ହେଲା ନର୍ଲାର ପରିବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଆନନ୍ଦ ଉହ୍ଲାସରେ ପାଳିତ ହୋଇଯାଇଛି ରଙ୍ଗର ପର୍ବ ହୋଲି । ପୂର୍ବ ଦିନ ନର୍ଲା ଜଗନ୍ନାଥ ମନ୍ଦିରରେ ଦୋଳପୂର୍ଣ୍ଣିମା ଉତ୍ସବରେ ଠାକୁରଙ୍କୁ ଶ୍ରଦ୍ଧାଳୁ ଭକ୍ତ ମାନେ ସର୍ଗିଗୁଡର ନବ ନିର୍ବାଚିତ ସମିତି ସଦସ୍ୟ ତଥା ମନ୍ଦିର ପରିଚାଳନା କମିଟିର ସଭାପତି ଚିରଞ୍ଜିବୀ ଗୌଡିଆଙ୍କ ନେତୃତ୍ୱରେ ଠାକୁରଙ୍କୁ ବିମାନରେ ବସାଇ ନର୍ଲା, ଶିଶୁ ମନ୍ଦିର ଛକ ପ୍ରଭୃତି ପରିକ୍ରମା କରିଥିଲେ । ସେହିଭଳି ନର୍ଲାରୋଡ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ଦୋଳପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଥିଲା । ହୋଲିଦିନ ସକାଳୁ ପ୍ରଥମେ ନର୍ଲା ଜଗନ୍ନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା ରଙ୍ଗରଖେଳ ହୋଲି । ଭାଇଚାରାର ପର୍ବ ହୋଲିରେ ପରଷ୍ପରକୁ ଅବିର ଲଗେଇ ଲୋକେ ହୋଲିର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା । ନର୍ଲାରୋଡ, ସର୍ଗିଗୁଡା,ନର୍ଲା, ଶିଶୁ ମନ୍ଦିର ଛକ ଓ ବ୍ୟବସାୟୀକ ପେଣ୍ଠସ୍ଥଳୀ ରୁପ୍ରାରୋଡର କେତେକ ସ୍ଥାନରେ ବହୁତ ସଂଖ୍ୟାରେ ଯୁବପିଢୀ ସମବେତ ହୋଇ ଖୋଲି ଖେଳିଥିବା ଦେଖିବାକୁ ମିଳିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Udyog Nursery
Udyogi Nursery

ସର୍ଗିଗୁଡା ଯୁବପିଢୀ ଓ ଛୋଟ ଛୋଟ ଶିଶୁ ମାନେ ମାଝୀପଡା ନିକଟରେ ସମବେତ ହୋଇ ପରଷ୍ପରକୁ ଅବିର ବୋଳି ଡିଜେତ ତାଳେ ତାଳେ ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା । ଏଥିରେ ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ସାମିଲ ହୋଇ ସମସ୍ତଙ୍କୁ ଅବିର ଲଗେଇ ଶୁଭେଚ୍ଛା ଜଣାଇଥିଲେ । ରୁପ୍ରାରୋଡରେ ମଧ୍ୟ ହୋଲିଖେଳ ବେଶ୍ ଜାକ୍ଜମକର ସହ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ରୁପ୍ରାରୋଡ ମାରୱାଡି ଯୁବାମଞ୍ଚ ତରଫରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏଥିପାଇଁ ଭବ୍ୟ ଆୟୋଜନ ମଧ୍ୟ କରାଯାଇଥିଲା । ହୋଲିଖେଳ ପରେ ଅପରାହ୍ନରେ ବନ୍ଧୁମିଳନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିଭଳି ନର୍ଲା ଅଞ୍ଚଳର ରୁପ୍ରା, ଛତିକୁଡା, ବାଲିପଡା, ସେରଗଡ ପ୍ରଭୃତି ସ୍ଥାନରେ ଆନନ୍ଦ ଉହ୍ଲାସରେ ସମ୍ପନ୍ନ ହୋଇଯାଇଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ପବିତ୍ର ହୋଲି ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ପୂର୍ବତନ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ନର୍ଲା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନୀରଜ ଶର୍ମା(ସାନୁ), ନର୍ଲା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ପ୍ରମୁଖ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.