ରାଜୁପୁଟ ପଞ୍ଚାୟତ ଠାରେ ସରପଞ୍ଚଙ୍କ ଦ୍ୱାରା ଜଳଛତ୍ରର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ଠାରେ ସରପଞ୍ଚ ପିତାମ୍ବର କିର୍ସାନିଙ୍କ ଦ୍ୱାରା ୭ଗୋଟି ଛକ ରାଜୁପୁଟ ଆଶ୍ରମ ବିଦ୍ୟାଳୟ, ମୁଖିବିଡ଼େଇ ଛକ, ସାନ ବଡେଙ୍ଗା ଛକ ଠାରେ ଜଳଛତ୍ର ଉଦଘାଟନ କରାଯାଇଛି । ଏଥିରେ ନାଏବ ସରପଞ୍ଚ ପଦ୍ମା ହନ୍ତାଳ, ସମସ୍ତ ୱାର୍ଡ ସଭ୍ୟ, ପିଇଓ ଲତା ପାତ୍ର, ଗ୍ରାମ ରୋଜଗାର ସେବକ ମନୋଜ ହିଆଲ ଏବଂ ଓଏଲଏମ ର ଏମବିକେ ସିଆରପି ଗ୍ରାମାଞ୍ଚଳର ମା ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ଜନସାଧାରଣ ତଥା ବୁଦ୍ଧିଜୀବୀ ସରପଞ୍ଚ ପିତାମ୍ବର କିର୍ସାନିଙ୍କୁ ପ୍ରଶଂସା କରିଛନ୍ତି । ଏହି ପରି ୭ଗୋଟି ଜନ ଗହଳି ସ୍ଥାନ ଯଥା ପଞ୍ଚାୟତ ଅଫିସ ମୁଖିବିଡେଇ ଛକ କେବିକେ ଫାର୍ମ ବଡ଼ ବଡେଙ୍ଗାର କୋଲଡ଼ ଷ୍ଟୋର, ସାନ ବଡେଙ୍ଗା, ଶ୍ରୀରାମପୁଟ ଛକ ସ୍ଥାନରେ କରାଯିବ ବୋଲି ସରପଞ୍ଚ ରାଜୁପୁଟ ତଥା ସମାଜସେବୀ ପିତାମ୍ବର କିର୍ସାନି ପ୍ରତିକ୍ରିୟା ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.