ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ: ସଚେତନ ରଥଯାତ୍ରା ଏବଂ ଜିଲ୍ଲା ସ୍ତରୀୟ ମହିଳା ପାଠଚକ୍ର

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଭାରତରେ ୧୫/୦୮/୨୧ ରୁ ଆରମ୍ଭ ହୋଇ ୧୫/୦୮/୨୨ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ବାଲିଗୁଡାରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଅତିମାନସ ସଚେତନ ରଥ ସୁନାପାଙ୍ଗା ସ୍ଥିତ ହୃଷିକେଶ ଶତପଥିଙ୍କ ବାସଭବନ ଠାରୁ ଆରମ୍ଭ ହୋଇ ପିଡବ୍ଲୁଡି ଛକ, ଜକିସାହି, କୋଳିଛକ, ପଟ୍ଟଖଣ୍ଡା ସାହି, ବସଷ୍ଟାଣ୍ଡ ଦେଇ ବୁଡ଼ାଗୁଡା ରୋଡରେ ଶିବରାମ ପଣ୍ଡାଙ୍କ ବାସଭବନ, ଗୋଇବାଲି, ବାଦକେତା ଦେଇ ସିଟୁପାଜୁରେ ଥିବା ଶ୍ରୀମା ଅରବିନ୍ଦଙ୍କ ଆଶ୍ରମରେ ପହଞ୍ଚିଥିଲା । ବାଟରେ ସମସ୍ତେ ସ୍ୱାଗତ ଜଣାଇଥିଲେ । ସେଠାରେ ପହଞ୍ଚି ଜିଲ୍ଲା ସ୍ତରୀୟ ମହିଳା ପାଠଚକ୍ର ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତଥା ବ୍ରହ୍ମପୁର ଆସ୍ୱହା ଜୋନରୁ ଅପା ଓ ଭାଇ ମାନେ ଯୋଗଦେଇ ଥିଲେ ଏବଂ ଶ୍ରୀମା ଅରବିନ୍ଦଙ୍କ ୫ ଟି ସ୍ବପ୍ନ ତଥା ୩ ଟି ପାଗଳାମି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ସାଧକ କଳାହାଣ୍ଡିରୁ ସରୋଜ ଭାଇ, ଦିଗୁ ଭାଇ, ଓ ବ୍ରହ୍ମପୁରରୁ ଲଲାଟେନ୍ଦୁ ସାମନ୍ତ ଭାଇ, କମଳ ଅପା, ସସ୍ମିତା ଅପା ଓ ଲଷ୍ମୀଧର ଭାଇ ଯୋଗ ଦେଇଥିଲେ । ଏହାକୁ ସୁଚାରୁରୂପେ ବାଲିଗୁଡାର ସୀତାରାମ ପଣ୍ଡା ସହ ଜିଲ୍ଲା ସଭାପତି ଶିବରାମ ପଣ୍ଡା ଓ ବ୍ଲକ ସଭାପତି ହୃଷିକେଶ ଶତପଥି ପରିଚାଳନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.