କେଗାଁ ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନାର ନୂତନ ଆଇଆଇସି ଭାବେ ପ୍ରଶାନ୍ତ କୁମାର କୋଲୋହାରସ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ଜିଲ୍ଲାର ବିଜେପୁର ଥାନା ଅଧିକାରୀ ଦାୟିତ୍ୱରେ ଥିଲେ । ଆଜି ସେ କାର୍ଯ୍ୟରେ ଯୋଗଦେଇଥିବା ବେଳେ କେଗାଁ ଥାନା ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି, ଲୋକଙ୍କ ସହିତ ସୁସମ୍ପର୍କ ଓ ବର୍ତ୍ତମାନ ଅଞ୍ଚଳରେ ଦେଖା ଦେଇଥିବା ଚୋରି ଡ଼କାୟତି ରୋକିବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ପୂର୍ବରୁ କେଗାଁ ଥାନା ଆଧିକାରୀ ଦାୟିତ୍ୱରେ ଥିବା ମନୋରଞ୍ଜନ କୁମ୍ଭାରଙ୍କୁ ଆଇଆଇସି ପଦୋନ୍ନତି ମିଳିଥିବା ବେଳେ ତାଙ୍କ ବଦଳି କଟକ ଆଇଜି ଅଫିସକୁ ହୋଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.