ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ତିଳଯୋଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମିଳିତ ଉଦ୍ୟମରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତିଳଯୋଡି ହାଇସ୍କୁଲ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଫରେଷ୍ଟ ଅଫିସ ର ସେକ୍ସନ ଅଫିସର ଦେବରାଜ ଛତ୍ରିଆ, କଳାହାଣ୍ଡି ଜିଲ୍ଲା ଆମ ଜଙ୍ଗଲ ଯୋଜନା ଜିଲ୍ଲା ସଂଯୋଜକ ତ୍ରିଶାନ୍ତ ତ୍ରିପାଠୀ, ପୂର୍ବତନ ବିଜ୍ଞାନ ଶିକ୍ଷକ ଦେବାନନ୍ଦ ବାଗ, ଗଣ୍ଡାବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ତିଳଯୋଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟାନନ୍ଦା ହୋତା ପ୍ରମୁଖ ଯୋଗଦେଇ ଉପସ୍ଥିତି ସମସ୍ତ ଛାତ୍ର/ଛାତ୍ରୀଙ୍କୁ ଗଛର ଉପକାରିତା ବିଷୟରେ ବୁଝାଇଥିଲେ। ଛାତ୍ରଛାତ୍ରୀ ମାନେ ହିଁ ପରିବେଷ ପ୍ରତି ଆଗ୍ରହ ହୋଇ ଅଧିକରୁ ଅଧିକ ଗଛ ଲଗେଇବାପାଇଁ ଅତିଥିମାନେ ମତ ପ୍ରକାଶ କରିଥିଲେ। ପରେ ସମସ୍ତ ଛାତ୍ର/ଛାତ୍ରୀଙ୍କ ଉପସ୍ଥିତିରେ ସ୍କୁଲ ପରିସରରେ ପିଜୁଳି ଗଛ, ଗମ୍ଭାରୀ, କରନ ଚାରା ରୋପଣ କରାଯାଇଥିଲା। ଆଗାମୀ ଦିନରେ ସ୍କୁଲ ଓ ନେହେରୁ ଯୁବକେନ୍ଦ୍ର ମିଳିତ ସହଯୋଗରେ ସ୍କୁଲର ଖେଳ ପଡିଆ ଏବଂ ରାସ୍ତାରେ ଗଛ ଲଗେଇବାପାଇଁ ସ୍କୁଲ ପ୍ରଧାନ ଶିକ୍ଷକ କହିଛନ୍ତି। ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ସ୍ବେଛାସେବୀ ଯଶୋବନ୍ତ ରଣା, ଅଭିଷେକ ବେହେରା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସ୍କୁଲର ଶିକ୍ଷକ ବିଶ୍ୱଜିତ ନାୟକ, ଶିକ୍ଷୟତ୍ରୀ ପ୍ରୀତି ମିଶ୍ର, ପୂର୍ଣ୍ଣିମା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.