ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବିନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ସିଲେଟପଡା ଠାରୁ କୁଶୁର୍ଲା ପୁର୍ତ୍ତ ବିଭାଗ ଅଧିନରେ ଥିବା ମୁଖ୍ୟ ରାସ୍ତା ଦିର୍ଘ ଦିନ ହେଲା ଖାଲଖମାରେ ଭର୍ତ୍ତି ହୋଇ ରହିଛି। ବର୍ଷା ଦିନ ହେଲେ ଯାତାୟତରେ ଅନେକ ଅସୁବିଧା ହେଉଛି। ଏନେଇ ଅନେକ ଥର ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରିଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ବି ଏହାର ମରାମତି କାର୍ଯ୍ୟ ହୋଇ ପାରୁନାହିଁ ବୋଲି କର୍ଲାମୁଣ୍ଡା ଖ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହି ରାସ୍ତା ଉପରେ ସାପଲହରା, ରେଗେଡା, ଯୋରାଡବ୍ରା ଗ୍ରାମପଞ୍ଚାୟତରେ ଲୋକେ ନିର୍ଭର କରୁଥିବା ବେଳେ ଦୈନିକ ଶହ ଶହ ସଂଖ୍ୟାରେ ଛୋଟ ବଡ ଯାନ ବାହାନ ଯିବା ଆସିବା କରିଥାଏ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ରାସ୍ତାର ପ୍ରାୟ ୨ କିଲୋମିଟର ଖାଲ ହୋଇଥିବା ବେଳେ ରାସ୍ତା ମଝିରେ ବଡ ବଡ ମେଟାଲ ଓ ଉଭୟ ପାର୍ଶ୍ୱରେ ବଡ ମେଟାଲ ପଡି ରହିଥିବାରୁ ଅନେକ ସମୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ସାଇକଲରୁ ତଳେ ପଡିଯାଉଥିବା ବେଳେ ବାଇକ ଚାଳକମାନଙ୍କୁ ମଧ୍ୟ ଘୋର ଅସୁବିଧା ହେଉଛି । ଏସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ତାଙ୍କ ଫୋନ ବନ୍ଦ ଥିଲା। ଏପଟେ ରାସ୍ତା ଶିଘ୍ର ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।