ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗାକୁ ଏକ ଆଦର୍ଶ ସହର ଭାବେ ଗଢ଼ି ତୋଳିବାକୁ ପ୍ରଜତ୍ନ କରୁଛନ୍ତି ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ। ସେ ଏନଏସି ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବା ପରଠାରୁ ସମସ୍ତ କାଉନସିଲର ଓ ଉପାଧ୍ୟକ୍ଷାଙ୍କ ସହ ମିଶି, ବିଭାଗୀୟ ଅଧିକାରୀମାନଙ୍କ ସହ ଉତ୍ତମ ଯୋଗସୂତ୍ର ସ୍ଥାପନ କରି ବିଭିନ୍ନ ସମସ୍ୟାର ସମାଧାନ ଏବଂ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ଦେଖାଯାଇଛି। ଏପଟେ ସହରର ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢୁଥିବା ଓ ଦୁର୍ଘଟଣା ଘଟୁଥିବା ପ୍ରାୟ ସବୁ ଦିନ ଦେଖିବାକୁ ମିଳୁଛି। ରାଜପଥ କଡ଼ରେ ପନିପରିବା ବେପାର, ଭାରି ଯାନ ଚଳାଚଳ, ରାସ୍ତା ଉପରେ ଗାଈଗୋରୁ ରହୁଥିବାରୁ ଛୋଟବଡ ଦୁର୍ଘଟଣା ଘଟି ଚାଲିଊ। ଏହି ସବୁ ସମସ୍ୟା ଦିନକୁ ଦିନ ବଢୁଥିବାରୁ ଏନଏସି ସଦଭାବନା ଗୃହରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା। ଏହି ବୈଠକରେ କେସିଙ୍ଗା ତାହସିଲଦାର ଜ୍ୟୋତିର୍ମୟ କର, ପୌର ନିର୍ବାହୀ ଅଧିକାରୀ କିରଣ ବେହେରା, ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଜାନକୀ ନାୟକ, ସମସ୍ତ କାଉନସିଲର, ଗଣମାଧ୍ୟମ ପ୍ରତିନିଧି, ଅଞ୍ଚଳର ବୁଦ୍ଧିଜୀବୀ, ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧି ଯୋଗଦେଇ କେସିଙ୍ଗା ସହରର ସମସ୍ୟା ଉପରେ ଆଲୋଚନା କରିଥିଲେ। ପନିପରିବା ବ୍ୟବସାୟୀ ମାନକୁ ରାଜ ରାସ୍ତା କଡ଼ରୁ ହଟାଇ ପୁର୍ବରୁ ନିର୍ମିତ ହୋଇଥିବା ପିଣ୍ଡିକୁ ଭାଙ୍ଗି ନୂଆ ପିଣ୍ଡି ତିଆରି କରି ଥଇଥାନ କରିବା, କିଛି ବ୍ୟବସାୟୀ ମାନକୁ ଅମ୍ବାଜି ମନ୍ଦିର ସମ୍ମୁଖରେ ଥଇଥାନ କରିବା, ମାଛ ମାଂସ ଦୋକାନୀଙ୍କୁ ଥଇଥାନ କରିବା, ରାଜ ପଥ କଡ଼ରେ ସୁରକ୍ଷା ବାଡ, କିଛି ସ୍ଥାନରେ ଦୃତଗାମୀ ବେଗ ରୋଧକ ତିଆରି କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା। ଏହି ସବୁ କାମ ଆଗାମୀ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ଏନଏସି ଅଧ୍ୟକ୍ଷ ଶ୍ରୀ ଯାଦବ ପ୍ରତିଶ୍ରୁତି ଦେଇଛନ୍ତି।