ଅବସରପ୍ରାପ୍ତ ଶିକ୍ଷକ ବଳରାମ ମିଶ୍ରଙ୍କ ଦେହାନ୍ତ, ବିଭିନ୍ନ ମହଲରୁ ଶୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଅବସର ପ୍ରାପ୍ତ ଶିକ୍ଷକ ବଳରାମ ମିଶ୍ର (ଟୁଡୁ)ଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନରୁ କିଡନୀ ରୋଗରେ ଆକ୍ରାନ୍ତ ରହି ଚିକିତ୍ସିତ ହେଉଥିଲେ । ଶନିବାର ଅପରାହ୍ନରେ ତାଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ଡାକ୍ତର ତାଙ୍କୁ ରେଫର କରିବାରୁ ଭୁବନେଶ୍ୱର ଡାକ୍ତରଖାନାକୁ ନିଆଯିବା ସମୟରେ ନୟାଗଡ଼ ପାଖରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଆଜି ସକାଳ ୬ ଘଣ୍ଟା ସମୟରେ ତାଙ୍କ ମର ଶରୀରକୁ ନର୍ଲାରେ ଦାହସଂସ୍କାର କରାଯାଇଛି । ସେ ଜଣେ ଉତ୍ତମ ଶିକ୍ଷକ, ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କ ଦେହାନ୍ତରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତୀ, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଯୁବନେତା ମନ୍ମୟ ଚାନ୍ଦ, ନର୍ଲା ମଣ୍ଡଳ ବିଜେପି ସଭାପତି ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଓଡ଼ିଆ ବାର୍ତ୍ତା ପରିବାର ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.