ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆଠାରେ ବିଜେପି ଦଳର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ ଗୋଲାମୁଣ୍ଡା ମଣ୍ଡଳର ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହି ଆଗାମୀ ଦିନରେ ଦଳକୁ କିପରି ମଜବୁତ କରାଯାଇ ପାରିବ ଏନେଇ ମତ ପ୍ରକାଶ କରିଥିଲେ । ଏହି ସମୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମେହେର ଉପସ୍ଥିତ ଥିବା ସକ୍ରିୟ କର୍ମୀମାନଙ୍କୁ ତୁଳମୁଳ ସ୍ତରରୁ ଲୋକମାନଙ୍କୁ ଦଳରେ ସାମିଲ କରି ଦଳକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ଟଙ୍କଧର ନାଏକ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ପ୍ରଦୀପ ପଣ୍ଡା, ମଣ୍ଡଳ ସଂପାଦକ ବୈଶାଖୂ କେତକୀ, ଦୁଃଶାସନ ବାଗ, ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସମୀର ସାହୁ, ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ସୌମ୍ୟ ରଞ୍ଜନ ପଣ୍ଡା, ବେଣୁଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।