ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ନାଗଝରୀ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ପ୍ରତ୍ୟକ ପଞ୍ଚାୟତରେ ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ କଳାହାଣ୍ଡି ଜିଲ୍ଲାର ଆଦର୍ଶ ପଞ୍ଚାୟତ ଶଗଡା ଅନ୍ତର୍ଗତ ନାଗଝରୀ ବିଦ୍ୟାଳୟ ଠାରେ ଆଜି ବୃକ୍ଷରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାକୁଡ, ଯୁବନେତା ଦିନେଶ ବଗର୍ତ୍ତି, ରବିଚନ୍ଦ୍ର ନାଏକ, ସେନାପତି ନାଏକ, ମୋହନ ଗହୀର, ଦୁଷ୍ମନ୍ତ ମାଝୀ, ପଞ୍ଚାୟତ ସଭାପତି ଶୁକ୍ରୁ ନାଏକ, ଜିତେନ୍ଦ୍ର ମାଝୀ, ସଞ୍ଜୟ ନାଏକ, ବିଜୟ ମାଝି, ଘନ ମାଝୀ, କାନ୍ତ ଦଳପତି, ଖଗେ ନାଏକ ପ୍ରମୁଖ ଯୋଗଦେଇଥିଲେ। ଭର୍ଚୁଆଲ ମାଧ୍ୟମରେ ରାଜସଭା ସାଂସଦ ସୁଜିତ କୁମାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.