ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗାଁର ଧବଳେଶ୍ବର ରାଉତ (୪୧)ଙ୍କ ଝିଅ ଜୟନ୍ତି ରାଉତ (୧୮) ଗତ ୨୬ ତାରିଖ ରାତିରୁ ନିଜ ଘରୁ ନିଖୋଜ ହୋଇଯାଇଛନ୍ତି। ପରିବାର ବର୍ଗ ଝିଅକୁ ନିଜ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ଗତ ୨୮/୦୭ ତାରିଖ ସନ୍ଧ୍ୟାରେ କୋକସରା ଥାନା ରେ ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଛନ୍ତି । ସୁଚନା ମତେ ମହୁଲମୁଣ୍ଡା ଗାଁର ଧବଳେଶ୍ୱର ରାଉତ ଙ୍କ ଝିଅ ଜୟନ୍ତୀ ରାଉତ ଗତ ୨୬/୭ ତାରିଖ ରାତିରେ ଖାଇବା ପରେ ନିଜ ମା ଗୀତାଞ୍ଜଳି ଓ ଭଉଣୀ ପଲ୍ଲବି ସହ ଶୋଇଥିଲେ, ହେଲେ ସକାଳରୁ ସେ ଆଉ ନଥିବା ଜାଣିବାକୁ ପାଇଥିଲେ ପରିବାର। ଜୟନ୍ତି ଯିବା ସମୟରେ ଏକ ମୋବାଇଲ ନେଇଥିବା ଜଣାପଡିଛି ତେବେ ବର୍ତ୍ତମାନ ସେହି ମୋବାଇଲ ସ୍ୱିଚ ଅଫ ରହିଛି। ନିଖୋଜ ପର ଠାରୁ ଜୟନ୍ତି ଘରକୁ କୌଣସି ଫୋନ କିମ୍ବା ମେସେଜ ମଧ୍ୟ କରିନାହାନ୍ତି। ଏ ନେଇ ଜୟନ୍ତିଙ୍କ ବାପା ଧବଳେଶ୍ୱର ଗତ ଗୁରୁବାର ଦିନ କୋକସରା ଥାନା ରେ ଝିଅ ନିଖୋଜ ଅଭିଯୋଗ କରିବା ସହ ଶୀଘ୍ର ଝିଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଏ ନେଇ କୋକସରା ଥାନାରେ ନିଖୋଜ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନେଇ କୋକସରା ପୋଲିସ ପକ୍ଷରୁ ସୂଚନା ମିଳିଛି।