ଅଗ୍ନିଶମ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସମାରୋହ

‘ସିନାପାଲିର ଜନସାଧାରଣ ସରଳ, ନିଷ୍କପଟ ଓ ସହଯୋଗୀ’

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳ ବହୁତ ସୁନ୍ଦର। ଏହା ସିନାପାଲି ନୁହେଁ ପ୍ରକୃତରେ ସୁନାପାଲି। ଏଠିକାର ଜନସାଧାରଣ ସରଳ, ନିଷ୍କପଟ ଓ ବେଶ୍ ସହଯୋଗୀ। ମୁଁ ଏଇଠି ରହିବା ମଧରେ ଅନେକ ଶିଖିଛି ଓ ସେବା ଦେଇଛି। ପ୍ରକୃତରେ ଜନସାଧାରଣ ମାନଙ୍କ ପ୍ରଶଂସା ହି ମୋ ପାଇଁ ଦକ୍ଷ ସାର୍ଟିଫିକେଟ ବୋଲି ବିଦାୟୀ ନେଇଥିବା ସିନାପାଲି ଅଗ୍ନିଶମ ବାହିନୀର ଅଧିକାରୀ ସତ୍ୟବ୍ରତ ପ୍ରଧାନ ଭାବ ବିହ୍ୱଳ ହୋଇ ବିଦାୟୀ ସମାରୋହରେ ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ସିନାପାଲିରେ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ପ୍ରତିଷ୍ଠା ହେବା ଦିନ ଠାରୁ ଗତ ୨୦୧୬ ମସିହା ଠାରୁ କାର୍ଯ୍ୟଭାର ନେଇ ସୁଚାରୁ ରୂପେ କାର୍ଯ୍ଯ ତୁଲାଇ ଆସିଛନ୍ତି। ଏହି ଭିତରେ ଅନେକ ମହତ୍ କାର୍ଯ୍ୟ କରିଛନ୍ତି। ସିନାପାଲିର ଉଦନ୍ତୀ ନଦୀରେ ବନ୍ୟା ସମୟରେ ଫସିଯାଇଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରିବା ଏ ଅଞ୍ଚଳର ଜନସାଧାରଣରେ ଅଭୁଲା ହୋଇ ରହିବେ। ଏପରିକି ଅଞ୍ଚଳର ଆକସ୍ମିକ ଦୁର୍ଘଟଣା, ଜରୁରୀ ପରିସ୍ଥିତିରେ ନିଆଁ ଲିଭାଇବା , ହସ୍ପିଟାଲକୁ ପହଞ୍ଚାଇବା ସମେତ ଅନେକ କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସାର ପାତ୍ର ହୋଇ ରହିଥିଲେ। ସିନାପାଲି ସହରରେ ଭଳିବଲ କ୍ୟାମ୍ପ କରି ରାଜ୍ୟ ବାହାରେ ଖେଳିବାର ଅନେକ ଖେଳାଳି ଗଢିବାରେ ତାଙ୍କର ବେଶ୍ ଅବଦାନ ରହିଛି। ଶ୍ରୀ ପ୍ରଧାନ ସିନାପାଲିରୁ ଲୋଇସିଂହାକୁ ବଦଳି ହୋଇ ଥିବା ବେଳେ ନୂତନ ଭାବରେ ଅଗ୍ନିଶମ ବାହିନୀର ଅଧିକାରୀ ରୂପେ ନିରୋଧ କୁମାର ବିଶ୍ବାଳ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ଦାରିଙ୍ଗବାଡିରେ କାର୍ଯ୍ୟରତ ଥିଲେ। ଏହି ଅଞ୍ଚଳର ସେବା ପୂର୍ବବତ୍ ଯେମିତି ଚାଲିଥିଲା ସେମିତି ଜାରିରହିବ ବୋଲି ଶ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି। ସ୍ବାଗତ ଓ ବିଦାୟୀ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବରେ ସିନାପାଲି ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଏ, ଅଶୋକ ପ୍ରଧାନ, ସତ୍ୟନାରାୟଣ ପଳେଇ, ଶତୃଘନ ବାଗ, ବିଶ୍ବମ୍ବର ଦନ୍ତ୍ତା, ନନ୍ଦ କିଶୋର ସମରଥା ସମେତ ଅନେକ କର୍ମଚାରୀ ଓ ସିନାପାଲି ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ସାମାଜିକ କର୍ମୀ ତଥା ଜନସାଧାରଣ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.