ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଳ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଲ ଦୁତିଆ ବନଚ୍ଛୋରଙ୍କ ନେତୃତ୍ୱରେ ହୋଇଥିବା ଧର୍ମଗଡ ବ୍ଲକର ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ଅଭିଯାନ ଶେଷ ହୋଇଛି । ଆଜି ଗ୍ରାମ୍ୟ ପରିବେଶ ସୁରକ୍ଷା କିମିଟି ଛିଲିପାର ନେତୃତ୍ୱରେ ଛିଲିପା ପଞ୍ଚାୟତ ରାଜିବ ଗାନ୍ଧୀ ସେବା କେନ୍ଦ୍ରଠାରେ ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ଅଭିଯାନ ଶେଷ ହୋଇଥିବା ବେଳେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ସ୍ୱଚ୍ଛତା ପଖୱାଡା ମିସନ ଜରିଆରେ ବର୍ଷକୁ ଶହେ ଘଣ୍ଟା ଓ ସପ୍ତାହକୁ ମାତ୍ର ଦୁଇ ଘଣ୍ଟା ସ୍ୱଚ୍ଛତା ପାଇଁ ଶ୍ରମଦାନ ଦେବାକୁ ଉପସ୍ଥିତ ସମସ୍ତ ଯୁବ ଅନୁଷ୍ଠାନ ସମସ୍ତ ଅତିଥି ତଥା ଉପସ୍ଥିତ ଥିବା ସମସ୍ତ ସ୍ୱେଚ୍ଛାସେଵୀ ସପଥ ପାଠ ଗ୍ରହଣ କରିଥିଲେ । ଉକ୍ତ ବୈଠକରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ ବର୍ଷର ବାର୍ଷିକ କାର୍ଯ୍ୟକ୍ରମ ବୀବରଣୀ ସମସ୍ତ ଯୁବ ଅନୁଷ୍ଠାନ ପାଖରେ ଉପସ୍ଥାପନା କରିଥିଲେ ତଥା ସମାଜକୁ ବା ଯୁବ ଗୋଷ୍ଠିକୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ଛିଲିପା ସରପଞ୍ଚ ଭିବୁଦତ୍ତ ପ୍ରଧାନୀ ଓ ଛିଲିପା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଗନ ବିହାରୀ ସା ଉପସ୍ଥିତ ରହି ଯୁବ ଅନୁଷ୍ଠାନ ମାନଙ୍କୁ ଉତ୍ସାହିତ କରିବା ସହ ବିକାଶର ମାର୍ଗଦର୍ଶନ ଦେଇଥିଲେ । ଏହି ବୈଠକରେ ଧର୍ମଗଡ ବ୍ଲକ ର ପ୍ରାୟ ୭୫ ଟି ଯୁବ ଅନୁଷ୍ଠାନ ଭାଗନେଇଥିବା ବେଳେ ଜାତୀୟ ସ୍ୱଚ୍ଛାସେବୀ ଶମ୍ଭୁ ବିଶି, କୋପନେଶ୍ୱର ବେମାଲ, ରୁଦ୍ର ମହାରଣା, ରଶ୍ମି ମାଝି, ଦିନେଶ ପ୍ରଧାନ, ଚିନ୍ମୟ ବାଗ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଧର୍ମଗଡ ବ୍ଲକ ଜାତୀୟ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ ।