ଅ’ପତ୍ରିକା ଓ ପେଞ୍ଜୋରାଣୀର ଅଗଷ୍ଟ ସଂଖ୍ୟା ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସ୍ଥିତ ବୁକ୍ ଲ୍ୟାଣ୍ଡ ଠାରେ ଅ’ପତ୍ରିକା ଓ ପେଞ୍ଜୋରାଣୀର ଅଗଷ୍ଟ ସଂଖ୍ୟା ଲୋକାର୍ପିତ ହୋଇଯାଇଛି। ପତ୍ରିକାର ସଭାପତି ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବୈଦ୍ୟରାଜ ଅଜିତ କୁମାର ସାହୁ, ରିତେଶ ଶତପଥୀ, ରାକେଶ ଶତପଥୀ, ସଚିନ୍ଦ୍ର ସାହୁ, ବୁଲୁ ମହାଖୁଡ଼ ପ୍ରମୁଖ ଉପସ୍ଥିତ ରହି ପତ୍ରିକା ସଫଳତା କାମନା କରିଥିଲେ। ସମ୍ପାଦକ ବିଶ୍ଵନାଥ ସାହୁ, ଯୁଗ୍ମ ସମ୍ପାଦକ କାହ୍ନୁ ଚରଣ ସାହୁ, ଦୀପକ, ଶରତ, ଡୁଲେଶ୍ୱର ସାହୁ, ଚନ୍ଦନ ସାହୁ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଡି ହେବା ସହ ଆଗାମୀ ମାସ ପତ୍ରିକାର ରୂପରେଖ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅଗଷ୍ଟ ମାସ ପତ୍ରିକାରେ ସାରା ଓଡିଶା ତଥା ରାଜ୍ୟ ବାହାରେ ବସବାସ କରୁଥିବା କବି କବୟତ୍ରୀଙ୍କ ଲେଖା ସ୍ଥାନ ପାଇଅଛି। ଏହି ମାସର ପତ୍ରିକାଟି ଦେଶର ସମସ୍ତ ସହୀଦଙ୍କୁ ସମର୍ପିତ ହୋଇଛି। ଏହାସହ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଅ’ପତ୍ରିକା ଦ୍ୱାରା ପ୍ରକାଶିତ ଅନ୍ୟତମ ନାରୀ ପତ୍ରିକା ‘ପେଞ୍ଜୋରାଣୀ’ ମଧ୍ୟ ପ୍ରକାଶିତ ହୋଇ ଯାଇଛି। ସୃଷ୍ଟି ସମ୍ଭାର ୱେବସାଇଟ ମଧ୍ୟମରେ ପାଠକ ମୁକ୍ତ ଭାବରେ ଏହାର ପଠନ କରିପାରିବେ ବୋଲି ମୁଖ୍ୟ ସମ୍ପାଦକ ସୂଚନା ପ୍ରଦାନ କରିଥିଲେ। ଆଗାମୀ ଦିନରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ କର୍ଲାମୁଣ୍ଡା ବ୍ଲକର ସମସ୍ତ ମହାବିଦ୍ୟାଳୟରେ କବିତା ଲିଖନ ପ୍ରତିଯୋଗିତା ‘ଅ-ଅଭିଯାନ’ ପୁଣିଥରେ ଆରମ୍ଭ କରାଯିବା ସହ ଏହାର କାର୍ଯ୍ୟପନ୍ଥା ଉପରେ ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କରୁଣା ସାହୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.