ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଓଡିଶା ଶିକ୍ଷା ବିକାଶ ସମିତି ପକ୍ଷରୁ ଆୟୋଜିତ ହେଇଥିବା ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀରେ ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା ସମ୍ବର୍ଦ୍ଧିତ ହୋଇଛନ୍ତି। ପଞ୍ଚମ ଶ୍ରେଣୀ ପ୍ରାଦେଶିକ ମେଧା ବୃତ୍ତିରେ ରାଜ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରିଥିବାରୁ ପ୍ରତ୍ୟାଶାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅତିଥିଙ୍କ ସହ ଏହି ସମ୍ବର୍ଦ୍ଧନା ସମୟରେ ପ୍ରତ୍ୟାଷାଙ୍କ ବାପା ଶିକ୍ଷକ ମୁକେଶ କୁମାର ହୋତା, ମାତା ସ୍ୱରୂପା ରାଣୀ ହୋତା, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ, ପରିଚାଳନା କମିଟିର ସଭାପତି ରଜନୀ କାନ୍ତ ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ପ୍ରତ୍ୟାଶା ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।