‘ଯୁଗେ ଯୁଗେ କବି ର ଲେଖନୀ ଜାତୀୟ ଭାବ ସୃଷ୍ଠି କରିଛି’

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଯୁଗେ ଯୁଗେ କବିର ଲେଖନୀ ଜାତୀୟ ଭାବ ସୃଷ୍ଠି କରିଛି। କବିତା ରେ ଅନେକ ସାଧାରଣ ଜନତା ପ୍ରଭାବିତ ହେଇ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହେଇଛନ୍ତି। ତେଣୁ କବି ହେଉଛି ସମାଜରେ ପରିବର୍ତ୍ତନର ସୂତ୍ର ଧର ବୋଲି ପବିତ୍ର ସ୍ୱାଧୀନତା ଦିବସ ପାଳନ ଅବସର ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଦେଶାତ୍ମକବୋଧ କବିତା ପାଠ ଉତ୍ସବ ରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ମ.ରାମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସେବାଜଗତ ସଂପାଦକସତ୍ୟ ନାରାୟଣ ପଟ୍ଟନାୟକ, ସମ୍ମାନିତ ଅତିଥି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ, ସମ୍ମାନିତ ବକ୍ତା ଅଧ୍ୟାପକ ସୁବୋଧ କୁମାର ଶତପଥୀ, ମୁଖ୍ୟ ବକ୍ତା କବି, ନାଟ୍ୟକାର ତଥା ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ର ଯୋଗ ଦେଇ ଥିଲେ। ସୁଶ୍ରୀ ସରସ୍ଵତୀ ମିଶ୍ରଙ୍କ ସଂଯୋଜନାରେ ସୁରେନ୍ଦ୍ର ମହାଖୁଡ, ଅରୁଣ ପ୍ରଧାନୀ, କୀର୍ତ୍ତନ ଘିଭେଲା, ଝରଣା ପ୍ରଧାନୀ, ନାରାୟଣ ମହାଳିକ, ଅନ୍ୱେଷା ସାହୁ, ମାନସ ରଞ୍ଜନ ପ୍ରହରାଜ, ମଧୂ ସୁଦନ ରାଉତ, ରାମେଶ୍ବର ପ୍ରସାଦ ସାହୁ, ନରସିଂହ ଥାପା, ଶରତ ଚନ୍ଦ୍ର ଭୋଇ, ପରମାନନ୍ଦ ବିଶି, ମେଦିନୀ ଧର ଜାନୀ, କୁମୁଦ ନାଏକ, ପିତାମ୍ବର ଗଉଡ, ନିରଞ୍ଜନ ମହାରଣା, ସୁଶାନ୍ତ ମିଶ୍ର, ସରସ୍ୱତୀ ମିଶ୍ର, ହେମନ୍ତ ସାହୁ, ପଦ୍ମ ଲୋଚନ ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ବନ୍ଦେ ମାତରଂ ଗାନ କରିଥିବା ବେଳେ ପରମାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.