ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ସଂଧ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବରେ ନାରାୟଣ ସଦେଇ ସଂଙ୍ଗୀତ ବିଦ୍ୟାଳୟରେ ଏକ ଦେଶାତ୍ମବୋଧକ ସଙ୍ଗୀତ ସଂଧ୍ୟା କାର୍ଯ୍ୟାକ୍ରମ ଅନୁଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସଙ୍ଗୀତ ସଂଧ୍ୟାକୁ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା ଉଦଘାଟିତ କରିଥିବା ବେଳେ ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ସ୍ବାଧୀନତାର ଅମୃତ ମହୋତ୍ସବ ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଅନନ୍ୟା ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପ ସଭାପତି ଶାନନ୍ତ କୁମାର ବେହେରା, ନାଟ୍ୟ ସମ୍ପାଦକ ସୁଶାନ୍ତ କୁମାର ସିଂହ, ବରିଷ୍ଠ ସଭ୍ୟା ଗିରିଜା ଶଙ୍କର ବାବୁ ଅନ୍ୟତମ ଏହି ସଙ୍ଗୀତ ସଂଧ୍ୟା କାର୍ଯ୍ୟକ୍ରମକୁ ନାଟ୍ୟ ସମ୍ପାଦକ ସୁଶାନ୍ତ କୁମାର ସିଂହଙ୍କ ତତ୍ତ୍ଵାବଧାନରେ ଶୁଭେନ୍ଦୁ ପାଣିଙ୍କ ପରିଚାଳନାରେ କ୍ରିଡ଼ା ସମ୍ପାଦକ ସୁଶିଲ କୁମାର ଗହିରଙ୍କ ସଂଯୋଜନା ଓ ସଂଯୁକ୍ତ ସମ୍ପାଦକ ସଞ୍ଜିବ କୁମାର ସିଂହଙ୍କ ପ୍ରାଥମିକ ସୂଚନା ପ୍ରଦାନ କରିଥିଲେ। ଅଗଷ୍ଟ ୧୪ ମଧ୍ୟ ରାତ୍ରୀରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜନା ପ୍ରଶନ୍ନ କୁମାର ବେହେରା,ବିଷ୍ଣୁ ପ୍ରଧାନ ଭବାନୀପାଟଣା ମୁନ୍ସିପାଲଟିର ଉପ ନଗରପାଳ ଓ ଅନୁଷ୍ଠାନର ସଭ୍ୟ/ସଭ୍ୟାଙ୍କ ଦ୍ୱାରା ଏକ ବିଶାଳ ମଶାଲ ସଭା ମାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଅଗଷ୍ଟ ୧୫ ତାରିଖ ସକାଳ ୭:୩୦ ମି ରେ ସଭାପତି ଜୟନ୍ତ କୁମାର ବେହେରାଙ୍କ ଦ୍ୱାରା ଅନୁଷ୍ଠାନରେ ତ୍ରିରଙ୍ଗା ପତାକା ଉତ୍ତୋଳନ ପରେ ସ୍ଥାନୀୟ ରେଡ଼କ୍ରସ ଦୃଷ୍ଟିହୀନ ଓ ରେଡ଼କ୍ରସ ମୁକ ବଧିର ବିଦ୍ୟାଳୟରେ ଫଳ ବଣ୍ଟନ କରାଯାଇଥିଲା। ଏହି ଦେଶାତ୍ମବୋଧକ ସଙ୍ଗୀତ ସଂଧ୍ୟାରେ ଗୀତ ପରିବେଷଣ କରିଥିଲେ ଶୁଭେନ୍ଦୁ କୁମାର ପାଣି, ମୂରଲୀ ସିନ୍ଧି, କ୍ଷିରସିନ୍ଧୁ ନାଏକ, ଶ୍ରୀକାନ୍ତ ମିଶ୍ର, ପ୍ରମୋଦ ଦୋରା ଚିନ୍ମୟୀ ବୈାଠାରୁ, ମୈସୁମି ସୁନାନୀ ଓ ବାଦ୍ୟରେ ଥିଲେ ବିଦ୍ୟନନ୍ଦ କର, ଦେବେନ୍ଦ୍ର ବାଗ, ପ୍ରସାନ୍ତ ମିଶ୍ର, ମେହେମୁଦ ଖାନ୍ ପ୍ରଭୁ ଓ ବିରେନ ପାଢି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.