ଉତ୍କଳ ଆଲୁମିନା ଦ୍ଵାରା ‘ଆଜାଦି କା ଅମୃତ ମହୋତ୍ସବ’ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ୨୦୨୨ ଅଗଷ୍ଟ ୧୩ ତାରିଖରେ ‘ହର୍ ଘର୍ ତିରଙ୍ଗା’ ତିନିଦିନିଆ ଅଭିଯାନ ଆରମ୍ଭ ହୋଇଥିଲା। ପାରିପାର୍ଶ୍ବିକ ଗ୍ରାମଗୁଡିକରେ ବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ୧ହଜାରରୁ ଅଧିକ ଜାତୀୟ ପତାକା ବଣ୍ଟନ କରାଯାଇଥିଲା। ଏହି ଉତ୍ସବକୁ ଆମ ଦେଶ ଭାରତର ଦେଶପ୍ରେମର ବାର୍ତ୍ତା ପ୍ରଚାର ପ୍ରସାର କରିବାକୁ ଉଭୟ ସହରାଞ୍ଚଳ, ଆର୍ ଆଣ୍ଡ ଆର୍ କଲୋନି, ଦ୍ଵିମୁଣ୍ଡି ଏବଂ ଅନ୍ୟାନ୍ୟ ପାରିପାର୍ଶ୍ବକ ଗ୍ରାମଗୁଡିକରେ ପାଳନ କରାଯାଇଥିଲା । ଉତ୍କଳ ଆଲୁମିନାର ଉଭୟ ସହରାଞ୍ଚଳରେ ପ୍ରତ୍ୟେକ ହାତରେ ଜାତୀୟ ପତାକା ଧରି ଏବଂ ପ୍ରତ୍ୟେକଙ୍କ ଘରେ ଜାତୀୟ ପତାକା ଲଗାଯିବା ସହିତ ଅଗଷ୍ଟ ୧୩ ଓ ୧୪ ତାରିଖରେ ବଡ ଧରଣର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ପିଲାମାନେ ଜାତୀୟ ପତାକା ଉତ୍ତୋଳନ କରି ଆମର ପ୍ରିୟ ଦେଶ ନିମନ୍ତେ ଦୃଢ ଐକ୍ୟତାର ବାର୍ତ୍ତା ପ୍ରଚାର ନିମନ୍ତେ ଏକ ଶୋଭାଯାତ୍ରାରେ ଯାଇଥିଲେ। ପ୍ରତ୍ୟେକଙ୍କ ହାତରେ ତ୍ରିରଙ୍ଗା ବିବିଧତା ମଧ୍ୟରେ ଏକତାକୁ ପ୍ରଦର୍ଶିତ କରିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ଵାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରର ବୀରମାନଙ୍କୁ ସ୍ମରଣ କରିବା ନିମନ୍ତେ ୨୦୨୨ ଅଗଷ୍ଟ ୧୪ ସନ୍ଧ୍ୟାରେ ନୂଆପଡାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦେଶାତ୍ମବୋଧ ଏବଂ ନୃତ୍ୟ ପ୍ରଦର୍ଶନ କରି ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ୨୦୨୨ ଅଗଷ୍ଟ ୧୫ ତାରିଖରେ ଉତ୍କଳ ଆଲୁମିନାର ୟୁନିଟ ହେଡ୍‌ ଏବଂ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍ ଓଷାପଡାରେ ଆୟୋଜିତ ସ୍ଵାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସେଠାରେ ୟୁଏଆଇଏଲ୍‌ର ସମସ୍ତ ବରିଷ୍ଠ ପଦାଧୂକାରୀ ଟିମ୍ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

“ଏହି ଦେଶର ଗୌରବକୁ ସମସ୍ତ ଭାରତୀୟ ଅତୁଟ ରଖୁବା ଉଚିତ,” ବୋଲି ଶ୍ରୀ ମଜହର ବେଗ୍ ଦର୍ଶକଙ୍କୁ ତାଙ୍କର ସ୍ଵତନ୍ତ୍ର ଉଦ୍‌ବୋଧନରେ ଉଲ୍ଲେଖ କରିଥିଲେ। ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍କୃ ଭାବରେ ଉତ୍କଳ ଆଲୁମିନା ସର୍ବଦା ରାଷ୍ଟ୍ର ଗଠନ ଦିଗରେ ଅବଦାନ ରଖୁଆସୁଛି ବୋଲି ଶ୍ରୀ ବେଗ୍ କହିଥିଲେ। ଉତ୍କଳ ଆଲୁମିନା ପକ୍ଷରୁ ହାତକୁ ନିଆଯାଉଥିବା ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଏବଂ ଜନସମୁଦାୟଙ୍କର ସମୃଦ୍ଧି ଆଣିବା ଦିଗରେ ତାହାର ପ୍ରଭାବ ଉପରେ ସେ ଗୁରୁତ୍ଵ ଦେଇଥିଲେ। “ଶିକ୍ଷା, ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ଆମର ସିଏସଆର୍ ଏବଂ ସଷ୍ଟେନେବିଲିଟି ପ୍ରୟାସସମୂହ ରାଜ୍ୟର ଦୁଇଟି ଜିଲ୍ଲାର ୨୩୨ ଗ୍ରାମରେ ବାସ କରୁଥିବା ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି। ଆମେ ସର୍ବଦା ଅଗ୍ରଣୀ ସ୍ଥାନରେ ରହିଛୁ ଏବଂ ସ୍ଥାନୀୟ ଜନସମୁଦାୟରେ ଦେଖାଦେଉଥିବା ଯେକୌଣସି ପ୍ରକାର ସଙ୍କଟ ଏବଂ ରୋଗ ସଂକ୍ରମଣ ଆଦିର ମୁକାବିଲା ଦିଗରେ ଉତ୍ସର୍ଗୀକୃତ ରହିଛୁ, ତାହା କୋଭିଡ ୧୯ ମହାମାରୀ ହେଉ ଅଥବା ହଇଜା ସଂକ୍ରମଣ, ଏହା ସେହିଭଳି କିଛି ଉଦାହରଣ ଯେଉଁ କ୍ଷେତ୍ରରେ ଆମେ ଆମର ଜନସମୁଦାୟକଙ୍କୁ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବରେ ସୁରକ୍ଷିତ ରଖୁଛୁ” ବୋଲି ଶ୍ରୀ ବେଗ୍ ଉଲ୍ଲେଖ କରିଥିଲେ। ଉତ୍କଳ ଆଲୁମିନା ଲେଡିଜ କ୍ଲବ୍‌ର ପ୍ରେସିଡେଣ୍ଟ ଶ୍ରୀମତୀ ହିନା ବେଗ୍ ଏବଂ ହେଡ୍ ସିକ୍ୟୁରିଟ ଏବଂ ପ୍ରଶାସନ, ଉତ୍କଳ ଆଲୁମିନା, କର୍ଣ୍ଣେଲ ପନପାଲ ସିଂ ଏହି ଅବସରରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ମଂଚାସୀନ ଥିଲେ।

ବ୍ୟକ୍ତିବିଶେଷଙ୍କର ଉଲ୍ଲେଖନୀୟ ପ୍ରୟାସକୁ ସ୍ବୀକୃତି ଜଣାଇବା ଉଦ୍ଦେଶ୍ୟରେ ଏକ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା, ଯେଉଁଠାରେ ଗୋଷ୍ଠୀର ବ୍ୟକ୍ତିବିଶେଷ, ଅଗ୍ରଣୀ ଚାଷୀ, ସଫଳ ଉଦ୍ୟୋଗୀ, ଶ୍ରେଷ୍ଠ ଶିକ୍ଷାନବିଶଙ୍କୁ ପୁରସ୍କୃତ କରାଯାଇଥିଲା। ସୁରକ୍ଷା କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ସେମାନଙ୍କର କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ଭାବ ନିମନ୍ତେ ପୁରସ୍କୃତ କରାଯାଇଥିଲା। ଏହି ପବିତ୍ର ସ୍ଵାଧୀନତା ଦିବସ ପାଳନ ଅବସରରେ ତିନିଦିନିଆ ଆଜାଦି କା ଅମୃତ ମହୋତ୍ସବ ଆୟୋଜନ ବ୍ୟତୀତ ୟୁଏଆଇଏଲ ସିଏସ୍‌ର ଟିମ୍ ନିକଟବର୍ତ୍ତୀ ଗ୍ରାମ ଏବଂ ଆର ଆଣ୍ଡ ଆର୍ କଲୋନିଗୁଡିକରେ ଏହି କାର୍ଯ୍ୟକ୍ରମ ପାଳନ କରି ଦେଶପ୍ରେମ ଏବଂ ଭ୍ରାତୃତ୍ଵଭାବର ପ୍ରକୃତ ଉତ୍ସାହ ପ୍ରଦର୍ଶନ କରିଥିଲେ । କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ଜନସାଧାରଣ ଏହି ଭବ୍ୟ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ତାହାର ସିଏସ୍‌ର ଆଣ୍ଡ ସିଆର୍ ଆଣ୍ଡ ସଷ୍ଟେନେବିଲିଟି ପ୍ରୟାସସମୂହ ଅଧୀନରେ ରାୟଗଡା ଏବଂ କଳାହାଣ୍ଡି ଆଦି ଦୁଇଟି ଜିଲ୍ଲାରେ ନିଜର ପାରିପାର୍ଶ୍ବକ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରିତାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହି ଦୁଇ ଜିଲ୍ଲାର ଦୁଇଟି ବ୍ଲକ ଅନ୍ତର୍ଗତ ୧୨ଟି ଗ୍ରାମ ପଞ୍ଚାୟତର ୨୩୨ଟି ଗ୍ରାମରେ ନିଜର କାର୍ଯ୍ୟକ୍ରମ ଜାରି ରଖୁଛି। ଏବିଜିର ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସାମାଜିକ ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟିଦେଇ ସେସବୁର ସମାଧାନ ଆଦି ପାଞ୍ଚଟି କାର୍ଯ୍ୟକ୍ଷେତ୍ରକୁ ଅଗ୍ରାଧୂକାରତା ଅଧୀନରେ ଏହା ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି। ୟୁଏଆଇଏଲ୍‌ର ଅନନ୍ୟ ବହୁ-ସହଭାଗୀ ଆଧାରିତ ପ୍ରୟାସ ସମୂହ ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ଜନଜୀବନକୁ ସମୃଦ୍ଧ କରିଆସୁଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭାତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.