ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ମଧ୍ୟାହ୍ନ ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚିଚିଆ ଗ୍ରାମରେ ଜଣେ ଯୁବତୀ ଗ୍ୟାସରେ ରୋଷେଇ କରୁଥିବା ସମୟରେ ନିଆଁ ଲାଗି ଗୁରୁତର ହୋଇଥିବା ଜଣାପଡିଛି । ଯୁବତୀ ଜଣକ ଏହି ଗ୍ରାମର ସୁବଳ ନାଏକଙ୍କ ଝିଅ ଯଶୋଦା ନାଏକ ବୋଲି ଜଣାପଡ଼ିଛି । ଗ୍ୟାସ ଲିକ ହୋଇ ନିଆଁ ଲାଗିଥିବାର ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଘରେ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସଳୟକୁ ନେଇଥିଲେ ମଧ୍ୟ ସେ ଅତ୍ୟାଧିକ ପୋଡି ଯାଇ ଥିବାରୁ ଏଠାରେ ଚିକିତ୍ସା ସମ୍ଭବପର ନହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି ।