ପଦ୍ମପୁରରେ ଓଡ଼ିଶା ସାହିତ୍ୟ ଏକାଡେମୀର କବିତା ପାଠୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପଦ୍ମପୁର: ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଖିବାକୁ ମିଳୁଛି ସ୍ବାଧୀନତାର ଅମୃତ ମହୋତ୍ସବର ମାହୋଲ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ରାୟଗଡା ଜିଲ୍ଲା ଓଡ଼ିଶା ସାହିତ୍ୟ ଏକଡେମୀ ସଦସ୍ୟ ସୁଶାନ୍ତ କୁମାର ନାୟକଙ୍କ ଆହ୍ୱାନ କ୍ରମେ ପଦ୍ମପୁର ବିଜୁ କଲ୍ୟାଣ ମଣ୍ଡପଠାରେ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ମୁଖ୍ୟ ବକ୍ତା ରୂପେ ଡାକ୍ତର ଅରୁଣ ମାନସିଂ ଓ ସଭାପତି ରୂପେ ଆର. ଜି. ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାହୁ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ପଦ୍ମପୁର ମାଟିରେ ଏଭଳି ଏକ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଓ ଯୁବ ବର୍ଗଙ୍କ ସାହିତ୍ୟ ପ୍ରତି ରୁଚି ଦେଖି ଖୁସି ବ୍ୟକ୍ତ କରିବା ସହ ଓଡିଶା ସାହିତ୍ୟ ଏକାଡେମୀକୁ ଓ ଏକାଡେମୀ ସଦସ୍ୟ ସୁଶାନ୍ତ କୁମାର ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ କବି ରୂପେଶ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଗୁଣପୁର, ପଦ୍ମପୁର ଓ ଗୁଡାରୀର ନିମନ୍ତ୍ରିତ ୨୦ଜଣ କବି କବିତା ପାଠ କରିଥିଲେ। ସମସ୍ତ କବିଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପଦ୍ମପୁର ମାଟିରେ ଏଭଳି ସାହିତ୍ୟ ଏକାଡେମୀ ତରଫରୁ କାର୍ଯ୍ୟକ୍ରମ ହେବା ବୁଦ୍ଧିଜୀବୀ ମହଲରେ ଆନନ୍ଦ ଖେଳାଇବା ସହ ଆଗାମୀ ସାହିତ୍ୟ ସାଧକ ମାନଙ୍କ ପାଇଁ ଏକ ବରଦାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.