ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ପ୍ରଚେଷ୍ଟାରେ ଲାଗିଲା ଟ୍ରାନ୍ସଫର୍ମର

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ବଡଧାରପୁର ଗ୍ରାମ ପଞ୍ଚାୟତର ରାତୁଳ ଗାଁରେ ଗୋଟିଏ ସପ୍ତାହ ହେଲା ଟ୍ରାନ୍ସଫର୍ମର ପୋଡି ଯାଇ ଥିଲା। ରାତୁଳ ଗ୍ରାମବାସୀ ସପ୍ତାହେ ଧରି ଅନ୍ଧାରରେ ରହିଥିଲେ । ବିଦ୍ୟୁତ ବିଭାଗ ନିକଟକୁ ଧାଇଁ ଧାଇଁ ଥକି ପଡ଼ିଥିଲେ । ହେଲେ ଟ୍ରାନ୍ସଫର୍ମର ଲାଗିପାରି ନଥିଲା । ଟ୍ରାନ୍ସଫର୍ମର ଯୋଗାଇ ଦେବାରେ ବିଳମ୍ବ ଯୋଗୁଁ ଗ୍ରାମବାସୀ ନର୍ଲା ଯୋନ-୨ ର ଜିଲ୍ଳା ପରିଷଦ ସଦସ୍ୟ ଶ୍ରୀ ହରିଶଙ୍କର ମାଝୀଙ୍କୁ ଜଣାଇବା ପରେ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ମାଝୀ ନର୍ଲା ବିଦ୍ୟୁତ ବିଭାଗ ରାତୁଲ ଗ୍ରାମରେ ଟ୍ରାନ୍ସଫର୍ମର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଫଳରେ ବିଦ୍ୟୁତ ବିଭାଗ ଆଜି ୨୫ କେଭି ଟ୍ରାନ୍ସଫର୍ମର ରାତୁଳ ଗାଁରେ ଯୋଗାଇ ଦେଇଛନ୍ତି। ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀଙ୍କ ପ୍ରଚେଷ୍ଟାରେ ରାତୁଲ ଗ୍ରାମବାସୀ ଆଶ୍ୱସ୍ତ ଲାଭ କରିବା ସହିତ ଲୋକଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି ଏବଂ ଏଥିପାଇଁ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ହରିଶଙ୍କର ମାଝୀ ଓ ବିଦ୍ୟୁତ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.