ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ଗ୍ରହଣ କରୁଥିବା ସୁନାମଧନ୍ୟ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସଂଘର ସଭାପତି ରୋହିତ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡାର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମ ଜେନା, କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ, ସଂଘ ସମ୍ପାଦକ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଶ୍ରୀ ତ୍ରିପାଠୀଙ୍କ ସାଙ୍ଗଠନିକ ଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠାକୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ। ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉଜ୍ଜ୍ୱଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରସନ୍ନ କୁମାର ସାହୁ, ତରୁଣ ଜାନୀ, ଦୁଷ୍ମନ୍ତ ଲେଙ୍କା, ସଞ୍ଜୟ ଦାସ, ମନୋଜ କୁମାର ମିଶ୍ର, ବିଭୁତି ସେଠ, ବାବୁଲି ପରିଡା, ସୌଭାଗ୍ୟ ସାହୁ, କ୍ଷୀର ସାଗର ସାହୁ, ଐଶ୍ଚର୍ଯ୍ୟା ସାହୁ, ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ଶ୍ରୀ ତ୍ରିପାଠୀ ଦୀର୍ଘ ୨୫ ବର୍ଷ ଧରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.