ବାଳଗୋପାଳ ସେବା ନିକେତନରେ ଗଣେଶ ଚତୁର୍ଥୀ : ନିଜେ ପୂଜକ ସାଜିଲେ ଅନ୍ତେବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଗଣେଶ ଚତୁର୍ଥୀ। ବିଦ୍ୟାଦାତା ବିଘ୍ନହର୍ତ୍ତା ଶ୍ରୀଗଣେଶଙ୍କ ପୂଜନୋତ୍ସବ। ବାଳଗୋପାଳ ସେବା ନିକେତନ, ଭବାନୀପାଟଣାର ସମସ୍ତ ଅନ୍ତେବାସୀ, ସହକର୍ମୀ କାର୍ଯ୍ୟକର୍ତ୍ତା ମିଳିତ ଭାବରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ପ୍ରତ୍ୟେକ ଅନ୍ତେବାସୀ ନିଜ ନିଜ ପୂଜା ସାମଗ୍ରୀ ନେଇ ନିଜେ ପୂଜକ ଭାବରେ ମୁଖ୍ୟ ପୂଜକଙ୍କ ଅନୁସରଣରେ ପୂଜା କରିଛନ୍ତି। ଖୁବ୍ ଉତ୍ସାହ ଉଦ୍ଦୀପନା ସହ ସମସ୍ତେ ସମଷ୍ଟି ପୂଜା କରିଥିଲେ। ନିଜେ ମନ୍ତ୍ରୋଚ୍ଚାରଣ ସହ ପୂଜା ସମ୍ପନ୍ନ କରିଥିଲେ। ମଞ୍ଚରେ ମୁଖ୍ୟ ପୂଜକ ଭାବରେ ଅନୁଷ୍ଠାନର ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ ଓ ଯଜମାନ ଭାବେ ସମସ୍ତ ଅନ୍ତେବାସୀ କାର୍ଯ୍ୟ କରିଥିଲେ। ଶ୍ରୀ ଗଣେଶଙ୍କ ୧୦୮ ନାମରେ ଅର୍ଚ୍ଚନା କରାଯାଇଥିଲା। ଶିଶୁମାନେ ଷୋଡଶ ଉପଚାରରେ ପୂଜା ସହ ବାଦ୍ୟଯନ୍ତ୍ର ସହ ଆରତି ଓ ଭଜନ ଗାନ କରିଥିଲେ। ଶିଶୁମାନେ ଅନ୍ତ୍ୟତ ଆଗ୍ରହ ସହକାରେ ସକ୍ରିୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.