ଭାଇଚାରାର ନିଦର୍ଶନ: ଏକାଠି ବସି ନୂଆ ଖାଇଲେ ବାଲସି ଗାଁ ଗୋଟିଏ ପରିବାରର ୧୩୦ ଜଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଏଥିପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଥାଏ। ତେବେ କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇର ଏକ ଭିନ୍ନ ପରମ୍ପରା ରହିଛି। କୈ।ଣସି ଏକ ନିର୍ଦ୍ଦିଷ୍ଟ ତିଥିରେ ଗୋଟିଏ ଦିନରେ ସମଗ୍ର ଜିଲ୍ଲାରେ ନୂଆଁଖାଇ ପାଳିତ ହୋଇନଥାଏ। ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ତିଥିରେ ପାଞ୍ଚଟି ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଅଞ୍ଚଳରେ କଳାହାଣ୍ଡିରେ ନୂଆଁଖାଇ ପର୍ବ ଚାଲିଥାଏ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପଥର୍ଲା, ବାହାଦୁରପଦର ଓ କେସିଙ୍ଗା ଏନ୍ଏସି ଅନ୍ତର୍ଗତ ପଲକାପଡା ଲୋକେ ପ୍ରଥମ ପର୍ଯ୍ୟାୟରେ ଭାଦ୍ରବ ମାସ ଶୁକ୍ଳପକ୍ଷ, ପଞ୍ଚମୀ ତିଥିରେ ଦ୍ବିତୀୟ ପର୍ଯ୍ୟାୟ ନୂଆଁଖାଇରେ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ କେସିଙ୍ଗା, କର୍ଲାମୁଣ୍ଡା, ନର୍ଲା, ଜୁନାଗଡ଼, କଲମପୁର, ଧର୍ମଗଡ, କୋକସରା ଓ ଗୋଲାମୁଣ୍ଡା ବ୍ଲକରେ ନୂଆଁଖାଇ ପାଳିତ ହୋଇଥାଏ। ସେହି କ୍ରମରେ ଭାଦ୍ର ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଗୁରୁବାର ଦିନ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି। ପ୍ରଥମେ ଦେବାଦେବୀ ମାନଙ୍କୁ ନୂଆ ଚାଉଳରେ ଅନ୍ନ ପ୍ରସ୍ତୁତ କରି ଅର୍ପଣ କରିବା ପରେ ସମସ୍ତେ ନୂଆଁଖାଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନୂଆ ଖାଇବା ପୂର୍ବରୁ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଧରଣୀ ପୀଠରେ ମଧ୍ୟ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ନବାନ୍ନ ଭୋଗ ଲାଗି କରାଯାଇଥିଲା। ପରେ ଗାଁ ଲୋକେ ନିଜ ନିଜ ଘରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇଥିଲେ। ଯାହାକି କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୂଆଁଖାଇ ପର୍ବ ପାଳନ ହୋଇଯାଇଛି। ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବାଲସି ଗ୍ରାମରେ ନୂଆଁଖାଇ ପର୍ବ ଭିନ୍ନ ଏକ ଖୁସିର ମୋହୋଲ ଦେଖିବାକୁ ମିଳିଥିଲା। ନୂଆଁଖାଇ ପର୍ବରେ ଭାଇଚାରାର ବାର୍ତ୍ତା ଦେଇ ବାଲସି ଗ୍ରାମର ଉପରପଡା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ମୁହୁନୀ ବଂଶର ଦୁଇ ଭାଇ ସ୍ବର୍ଗତ ବାମଦେବ ସାହୁ ଏବଂ ସ୍ବର୍ଗତ ବାନ୍ଧବ ସାହୁଙ୍କ ପରିବାରର ୧୩୦ ଜଣ ଆବାଳବୃଦ୍ଧବନିତା ଏକାଠି ହୋଇ ଗୋଟିଏ ସ୍ଥାନରେ ନୂଆ ଖାଇଛନ୍ତି ।

Udyog Nursery
Udyogi Nursery

ନୂଆ ଖାଇବା ପୂର୍ବରୁ ମା ସମଲେଶ୍ବରୀଙ୍କ ଫଟୋରେ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ପ୍ରଥମ ଭୋଗ ପରେ ପ୍ରଥା ଅନୁସାରେ କୁରେଇ ପତ୍ରରେ ନୂଆଁ ଧାନରେ ତିଆରି ଚୁଡ଼ାକୁ ପ୍ରସାଦ ରୁପେ ଗ୍ରହଣ କରିଥିଲେ। ନୂଆଁଖାଇ ସାରିବା ପରେ ଛୋଟ ମାନେ ବଡ ମାନଙ୍କୁ ମୁଣ୍ଡିଆ ଦେଇ ଆଶ୍ରୀବାଦ ନେଇଥିଲେ। ପରିବାରର ବୟୋଜ୍ୟେଷ୍ଠ ମନୋହର ସାହୁଙ୍କ ସମେତ ପୂର୍ବତନ ସମିତି ସଭ୍ୟ ଫକୀର ସାହୁ, ଅରକ୍ଷିତ ସାହୁ, କରୁଣାକର ସାହୁ, ଲିଙ୍ଗରାଜ ସାହୁ, ସାମ୍ବାଦିକ ଗଜିନ୍ଦ୍ର ସାହୁ ପ୍ରମୁଖ ଭାଇ ଭାଇ ଭିତରେ ସୁସଂପର୍କ ରକ୍ଷା କରିବା ସହ ପରିବାର ଭିତରେ ଏକତା ରକ୍ଷା କରିବା ସକାଶେ ନୂଆଁଖାଇରେ ଏକାଠି ହୋଇଛୁ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.