କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଉତ୍କେଲା ସ୍ଥିତ ଚାଚା ନେହେରୁ ଉଚ୍ଚ ବିଦ୍ୟାଳୟ ପରିସରରେ କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିମାଞ୍ଚଳ ବୁଦ୍ଧିଆଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି । ଗତ ୩୧ ଅଗଷ୍ଟରେ ଚାକିରିରୁ ସେ ଅବସର ଗ୍ରହଣ କରିଥିଲେ । ସେଥିପାଇଁ ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସମାରୋହର ଆୟୋଜନ କରାଯାଇଥିଲା । ସୁରେନ୍ଦ୍ର କୁମାର ଦୋରାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀ ଓ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ଉତ୍କେଲା ସମିତି ସଭ୍ୟ ତ୍ରିନାଥ ମାଝୀ, ଥୁଆମୁଲ ରାମପୁର ବ୍ଲକ ସଭାପତି ଅଜିତ କୁମାର ନାୟକ, ଚାଚା ନେହେରୁ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପ୍ରଧାନ, କଳାହାଣ୍ଡି ଜିଲ୍ଲା ସଂଘର ଉପ ସଭାପତି ସୁବାସ ଚନ୍ଦ୍ର ପୁରୋହିତ, ଜିଲ୍ଲା କୋର କମିଟି ସଦସ୍ୟ ଯୋଗେଶ୍ୱର ମିଶ୍ର, ଶ୍ରୀନିବାସ ଆଚାରି ଓ ବ୍ଲକ ଉପଦେଷ୍ଟା ଶେଷଦେବ ମାଝ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସମ୍ପାଦକ କୁଶ ଚନ୍ଦ୍ର ସାହୁ ବିବରଣୀ ପାଠ କରିବାସହ ସଭାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉପସ୍ଥିତ ଅତିଥିଗଣ ଅବସର ନେଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅତିତ କାର୍ଯ୍ୟଧାରାକୁ ନେଇ ସ୍ମୃତି ଚାରଣ କରିବାସହ ଶ୍ରୀ ବୁଦ୍ଧିଆଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ବୁଦ୍ଧିଆଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ ଅତିଥିଗଣ । ଶିକ୍ଷକ କୈଳାଶ ବିଶି, ପ୍ରମୋଦ ସେନାପତି, ସୁରେନ୍ଦ୍ର ପ୍ରଧାନ, ଅକ୍ଷୟ ରଥ, ଖୁସିରାମ ସାହୁ, ଅରୁଣ ପ୍ରଧାନ, ଖିରାବ୍ଧି ମେହେର, ପ୍ରଶାନ୍ତ ଶବର, ଅବନୀ ପ୍ରଧାନ, ବିନୋଦ ବାଗ, ଶିକ୍ଷୟିତ୍ରୀ ସବିତା ରଥ, ସୁଦେଶ୍ନା ପାଇକରାୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ମମତା ପଟ୍ଟନାୟକ, ଜ୍ୟୋତି ଦୋରା, ସୁଭସ୍ମିତା ଦାସ, ସୁଶ୍ରୀ ସଂଗୀତା, ପୁଷ୍ପା ମହାରଣା, ପୂଜା ବଳ ସାମନ୍ତ, ସରୋଜିନୀ ବାରିକ, ଲୋପା ମୁଦ୍ରା ଓ ବନ୍ଦନା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିକ୍ରମ ଦେବ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ କୃଷ୍ଣଚନ୍ଦ୍ର ସାହା ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.