ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭାରତକୁ ନିଶାମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ ମାଧ୍ୟମରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କ୍ରମରେ କାଳାହାଣ୍ଡି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ଠାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସ୍କୁଲ ଓ କଲେଜ ଏନସିସିର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ତଥା ନିଶାମୁକ୍ତ ଭାରତ ଗଠନ ଦ୍ବାୟିତ୍ବ ଉପରେ ଆଲୋଚନା ହୋଇଥିଲା। ଜବାହର ଉଚ୍ଚ ବିଦ୍ୟାପୀଠ ନେଭାଲ ଏନସିସି କ୍ୟାଡେଟ ଓ କୋକସରା ଡିଗ୍ରୀ କଲେଜର ଏନସିସି ଏଏନଓ ଅଶ୍ଵିନୀ କୁମାର ପଟ୍ଟନାୟକ, ଏଏନଓ ଅମିତ୍ ମହାନ୍ତି ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।