ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ ପାଣ୍ଡେ): ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଚାରଭଟା ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର ସ୍ବର ପରିବର୍ତ୍ତନ, ଗଣପତି କ୍ଲବ ଓ ନେହେରୁ ଯୁବ କେନ୍ଦ୍ର ସୁବର୍ଣପୁରଙ୍କ ମିଳିତ ଆନୁକୁଲ୍ୟରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବରିଷ୍ଠ ଆଇନଜୀବି ବଳଦେବ ବେଦବାକ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରକାଶ ସାହୁ, ମିନକେତନ ରଣା, ସଂବିତ ତ୍ରୀପାଠି ସୁଧାଂଶୁ କର୍ମି, କଣ୍ଠେଶ୍ବର କଁଅର, ବିରକିଶୋର ରଣା, ରୋହିତ ରଣା, ନେହେରୁ ଯୁବ କେନ୍ଦ୍ରର ରଂଜନ ତ୍ରିପାଠୀ, ସୁବର୍ଣ୍ଣପୁର ପରିବର୍ତନ ସ୍ବରର ବ୍ୟାସଦେବ ମିଶ୍ର, ପ୍ରାଣବନ୍ଧୁ ଦାଶ, ଶ୍ରୀନିବାସ ଚାନ୍ଦ, ଭକ୍ତ ପ୍ରହଲ୍ଲାଦ ଖୁରା ପ୍ରମୁଖ ଯୋଗ ଦେଇଥିବା ବେଳେ ଚାରଭଟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ପ୍ରେମାନନ୍ଦ ମେହେର ଓ ବରିଷ୍ଠ ସମାଜସେବୀ ତଥା ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ କୁମାର ପଣ୍ଡା, ତରଭା ବ୍ଳକ ରକ୍ତଦାତା ସଂଘର ସଭାପତି ନିହାର ରଂଜନ ମଲ୍ଲିକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ତରଫରୁ ସୁବାଷ ଚନ୍ଦ୍ର ପଣ୍ଡା, ଜଗତ ଧରୁଆନ, ଯୁଧିଷ୍ଠିର ନାଏକ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୁପେ ଶିବିର ପରିଚାଳନା କରିଥିଲେ ।