କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକ ପାଳିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧର ମିଳିତ ଅନୁକୂଳ୍ଯରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ସଂଘର ପୂର୍ବତନ ସଭାପତି ତିର୍ଥ ବାଗ, ସମ୍ମାନିତ ଅତିଥିଭାବେ ବିଜେପି ମଣ୍ଡଳ ସଭାପତି କ୍ଷୀର ବଛା, ରସିକ ପୋଡ, ପୋଷ୍ଟ ମାଷ୍ଟର ଖଗେନ୍ଦ୍ର ସଗ୍ରିଆ, ଗାଁ ସାଥୀ ଭେଙ୍କଟରମଣ ଛତ୍ରିଆ, ବିରାଜ ପୋଡ ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତେ ସଂଘ ବଦ୍ଧ ହୋଇ ସମାଜର ମଙ୍ଗଳ ପାଇଁ କାମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

କାର୍ଯ୍ୟକ୍ରମରେ ଡିଲେଶ୍ବର ପୋଢ, ରାହୁଲ ପୋଡ, ରଞ୍ଜନ ଭାଟି, ନିର୍ମାଲ୍ଯ ବାଗ, ରୁଦ୍ରାକ୍ଷ ବାଗ, ମୁନିନ୍ଦ୍ର ବାଗ, ପ୍ରଭୁଲାଲ ହଂସ, ବୈଶାଖୁ ମିର୍ଦ୍ଧା, ସୋନୁ ଛତ୍ରିଆ, ସୁରୁ ପୋଡ, ମଣ୍ଟୁ ପୋଡ, ସେନ ପୋଡ, ଯୋଗିନ ଛତ୍ରିଆ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ସଭାପତି ତୁଳାଚନ୍ଦ୍ର ପୋଡ ସଭା ପରିଚାଳନା କରିଥିଲାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂଘର ସଂପାଦକ ଲିଙ୍ଗରାଜ ପୋଡ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.