ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ପକ୍ଷରୁ କାଂଶିରାମଙ୍କ ମହାପରିନିର୍ବାଣ ଦିବସ ପାଳନ ଓ ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଜାମବାହାଲିଠାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପକ୍ଷରୁ ବହୁଜନ ଜନ ନାୟକ କାଂଶିରାମଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ମ.ରାମପୁର ବ୍ଲକର ନୂତନ କର୍ମକର୍ତ୍ତା ଚୟନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଫେଡେରେସନର ସମ୍ପାଦକ ଇନ୍ଦ୍ରମଣି ବାଗଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ମହାସଚିବ ଯତୀନ୍ଦ୍ର କର, ଆଇନ ବିଭାଗର ମୁଖ୍ୟ ଛବିଲାଲ ନିଆଲ, ଯୁବ ସଂଯୋଜକ ତେଜରାଜ ବେହେରା, ସାମାଜିକ ଉପ ମୁଖ୍ୟ ଗିରିଜା ବେହେରା, ସମ୍ପାଦକ ଜୟପ୍ରକାଶ ଜାଲ, ଉପସଭାପତି ଟୁକୁମଣି ସୁନା, ଅଭିରାମ ନନ୍ଦ ଓ ୧୯ ଗୋଟି ଗ୍ରାମପଞ୍ଚାୟତର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ । ବାବା ସାହେବ ଆମ୍ବେଦକର ଓ କାଂଶିରାମଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ବତନ ସଭାପତି ଡୋଲେଶ୍ୱର ନାଏକ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣେଇ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ନେଇ ମତ ପ୍ରକାଶ କରିଥିଲେ । ଏହାପରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ବୃନ୍ଦାବନ ନାଗଙ୍କୁ ଚୟନ କରାଯାଇଥିଲା । ସେହିପରି ସମ୍ପାଦକ ଭାବରେ ଗୁପ୍ତେଶ୍ୱର ବିଭାର, ଉପସଭାପତି ଭାବରେ ରଘୁନାଥ ତାଣ୍ଡି, କୋଷାଧ୍ୟକ୍ଷ ଭାବେ ଉଦୟ ନାଏକ, ସହସମ୍ପାଦକ ଭାବରେ ଶଙ୍କର ସୁନାଙ୍କୁ ମନୋନୀତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.