ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସ୍ତରୀୟ ବୈଠକ

ଡିସେମ୍ବର ମାସରେ ଚଣ୍ଡୀ ସମଲେଇ ମନ୍ଦିର ପ୍ରତିଷ୍ଠା ସହ ଶତବାର୍ଷିକୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସ୍ତରୀୟ ବୈଠକ ରୁପ୍ରା ମଣ୍ଡଳର ଭାଲୁକଟା ଗ୍ରାମରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭ ପୂର୍ବରୁ ପ୍ରଥମେ ସ୍ବର୍ଗତ ଦୈତାରୀ ସାହୁ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଜିଲ୍ଲା ସଭାପତି ନୀଳମଣି ସାହୁ ସଭାପତିତ୍ବ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ବୈଠକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସମାଜର ଶତ ବାର୍ଷିକ ଉତ୍ସବ ପାଳନ, ହଳଦିର ଦ୍ବିତୀୟ ସଂସ୍କରଣ ପ୍ରକାଶନ, ରୁପ୍ରାରେ ନୂତନ ଭାବେ ନିର୍ମାଣ ହୋଇଥିବା ଚଣ୍ଡୀ ସମଲେଇ ମନ୍ଦିର ପ୍ରତିଷ୍ଠା ପ୍ରମୁଖ ବିଷୟ ଉପରେ ଏହି ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନର୍ଲା ବ୍ଲକ୍ ସଭାପତି ରବିନ୍ଦ୍ର କୁମାର ସାହୁ ଓ ରୁପ୍ରା ମଣ୍ଡଳ କମିଟି କାର୍ଯ୍ୟକର୍ତ୍ତାଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ବୈଠକରେ ଜିଲ୍ଲା ଆଇନ ପରାମର୍ଶଦାତା ସତ୍ୟ ନାରାୟଣ ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ଲକ୍ଷ୍ମୀ ପ୍ରସାଦ ସାହୁ, ଦୀନବନ୍ଧୁ ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ, ଶୁଲପାଣି ସାହୁ, ଜିଲ୍ଲା ଉପସଭାପତି ଭରତ ସାହୁ, ଅକୃର ସାହୁ, ଟିକୁନୁ ସାହୁ, ପ୍ରଦୀପ ସାହୁ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ, ଶିବପ୍ରସାଦ ସାହୁ, ବାଲସି ମଣ୍ଡଳ ସଭାପତି ଠାକୁର ସାହୁ, ଫକୀର ସାହୁ ପ୍ରମୁଖ ଯୋଗଦାନ କରି ବୈଠକର ବିଭିନ୍ନ ବିଷୟ ଉପରେ ମତପ୍ରକାଶ କରିଥିଲେ । ଯାହାକି ସର୍ବସମ୍ମତିକ୍ରମେ ଆସନ୍ତା ଡ଼ିସେମ୍ବର ମାସ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଚଣ୍ଡୀ ସମଲେଇ ମନ୍ଦିର‌ ରତ୍ନମୁଦ, ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରତିଷ୍ଠା ଓ ସିଂହାସନ ବିଜେ କାର୍ଯ୍ୟକ୍ରମ ସହିତ ସମାଜର ଶତ ବାର୍ଷିକ ଉତ୍ସବ ପାଳନ କରିବାର ନିଷ୍ପତି ନିଆଯାଇଛି । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରରୁ ସମାଜର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମାଜର ବୟୋଜ୍ୟେଷ୍ଠ ଟୁପିଲାଲ ସାହୁ, ନେଗୀ କୋଦଣ୍ଡ ସାହୁ, ମନୋହର ସାହୁ, କିଶନଲାଲ ସାହୁ, ଭୈରବ ସାହୁ, ହେମକିଶୋର ସାହୁ, ହୃଷିକେଶ ସାହୁ, ମହିଳା କାର୍ଯ୍ୟକର୍ତ୍ତା ମାହେନ୍ଦ୍ରୀ ସାହୁ, ଖୁସିରାମ ସାହୁ, ଅଶ୍ବିନୀ ସାହୁ, କୈବଲ୍ୟ ସାହୁ, ବିରଞ୍ଚି ସାହୁ ପ୍ରମୁଖଙ୍କ ସମେତ ଗ୍ରାମ୍ୟ, ମଣ୍ଡଳ, ବ୍ଲକ୍ ଓ ଜିଲ୍ଲା କମିଟିର ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.