ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତଥା କେସିଙ୍ଗା ଥାନା ଅଧିନସ୍ଥ ଡମପଦର ଗ୍ରାମରେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଛି । ଗାଁରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ପ୍ରୟାସ ଜାରି ରଖିଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆଖାଇ ସମୟରେ ଗାଁରେ ରୋଗୀ ବଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ସମସ୍ତ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମୟରେ ଡମପଦର ଗ୍ରାମର ଗୋବିନ୍ଦ ସୁନା ଓ ବିଷମ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲେ । ପଲମ ଫାଣ୍ଡି ଅଧିକାରୀ ସେହି ସମୟରେ ଉଭୟ ଦଳକୁ ଡାକି ବିବାଦର ସମାଧାନ କରିଥିବା ଜଣାପଡିଛି । ହେଲେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଷମ ପାତ୍ର ଗୋବିନ୍ଦ ସୁନାଙ୍କ ଘରକୁ ଯାଇ ତୁମୁଳ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ଖବର ପାଇ ରବିବାର ଦିନ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ସଭାପତି ଧନଞ୍ଜୟ ଦୀପ, ମହାସଚିବ ଯତୀନ୍ଦ୍ର କର, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ସମ୍ପାଦକ ଜୟପ୍ରକାଶ ଜାଲ, ଇନ୍ଦ୍ରମଣି ବାଗ, ତେଜରାଜ ବେହେରା, ଅଭିଜିତ କର, ଅଭିରାମ ନନ୍ଦ ପ୍ରମୁଖ ଡମପଦର ଗାଁରେ ଉପସ୍ଥିତ ରହି ଉଭୟ ପକ୍ଷର ଶାନ୍ତି ଫେରାଇ ଆଣିବାପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରିଥିଲେ । ନର୍ଲା ତହସିଲଦାର, କେସିଙ୍ଗା ସିଡିପିଓ ଏବଂ ପୋଲିସ ବାହିନୀ ମୁତୟନ ହୋଇ ଶାନ୍ତି ଫେରେଇ ଆଣିବାକୁ ପ୍ରୟାସ କରିଛନ୍ତି ।