ଜ୍ୟୋତିଷ ମେମୋରିଆଲ ନକଆଉଟ ଫୁଟବଲ ଚାମ୍ପିୟାନସିପ ଉଦଜାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଠାରେ ଚାଲିଥିବା ଜ୍ୟୋତିଷ ମେମୋରିଆଲ ନକଆଉଟ ଫୁଟବଲ ଚାମ୍ପିୟାନସିପ ଉଦଜାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସରିଆଁ, ରୁପ୍ରା, ରଜାପଡା, ଚିଚର୍ଲ୍ଲା, ବେହେରାଗୁଡା, ହରିହରପୁର, ସିକେରପଡା ଏବଂ ବଗାଡ଼ ଏପରି ଆଠଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ରଜାପଡା ଓ ରୁପ୍ରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳରେ କୋଣସି ଦଳ ଗୋଲ ଦେଇପରିନଥିଲେ, ପରିଶେଷରେ ପେନାଲଟି ସୁଟ ଆଉଟରେ ରୁପ୍ରା ଦଳ ୪-୩ ଗୋଲରେ ରଜାପଡା କୁ ହରାଇ ଚମ୍ପିୟାନ ହୋଇଥିଲା । ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବରେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଗାଡେବନ୍ଧ ସରପଞ୍ଚ କେଶରୀ ନାଗ, ପୂର୍ବତନ ରାକ୍ସି ସରପଞ୍ଚ ବିଜୟ ଧଙ୍ଗଡାମାଝୀ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ନାଏବ ସରପଞ୍ଚ ଦିଲଦେଓ ଘର୍ଡା ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଉପଦେଷ୍ଟା କମିଟି ସଦସ୍ୟ ଜଗୁଲାଲ ଭୋଇ, ନିର୍ମଳ ଚନ୍ଦ୍ର ଭୋଇ, କହ୍ନେଇ ଚରଣ ଭୋଇ, ବଳଭଦ୍ର ସାହୁ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହି ଉଭୟ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ଉପଦେଷ୍ଟା କମିଟିର ସଦସ୍ୟ ଶରତ ଚନ୍ଦ୍ର ଭୋଇ, ପ୍ରମୋଦ ଚନ୍ଦ୍ର ଭୋଇ, ବିଜୟ କୁମାର ଭୋଇ, ଉମାକାନ୍ତ ଭୋଇ, ସ୍ୱାଧୀନ କୁମାର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛବି କୁମାର ନାୟକ, ବିଶେଶ୍ୱର ପଧାନ, ଚଞ୍ଚଳ ମାଝୀ, ନରେଶ ମାଝୀ ଓ ରୋହିତ ମାଝୀ ଖେଳ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇ, ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ସୁକଦେବ ସାହୁ, ମୁଖ୍ୟ ସଦସ୍ୟ ପ୍ରତ୍ୟୁଷ କୁମାର ଭୋଇ, ଅସୀମ ଭୋଇ, ରଶ୍ମିରଞ୍ଜନ ସା, ଅଜିତ ନାଏକ, କ୍ଷୀରସିଂଧୁ ସେଠୀ, ସୁନନ୍ଦ ଭୋଇ, ଅଜିତ ସାହୁ, ବିପିନ ପ୍ରଧାନ, ସୁରୁ ମାଝୀ, ରଥୀଲାଲ ସୁନା, ଦ୍ଵିଜରାଜ ଭୋଇ, ଭକ୍ତ ବିଶ୍ଵାଳ, ଅଜିତ ସାହୁ ତଥା ଅନୁନୁଷ୍ଠାର ସମସ୍ତ ସଦସ୍ୟ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ମଞ୍ଚ ପରିଚାଳନା ଓ କମେଣ୍ଟ୍ରି କରିଥିଲେ ମିହିର କୁମାର ଭୋଇ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.