କେସିଙ୍ଗା ରେଳ ଷ୍ଟେସନର ଚାରି ନମ୍ୱର ପ୍ଲାଟଫର୍ମରେ ଟ୍ରେନ ରହଣୀ ଦାବି

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ରେଳ ଷ୍ଟେସନ ଉପରେ କଳାହାଣ୍ଡି ଓ ପଡୋଶୀ ବଲାଙ୍ଗୀର ଜିଲ୍ଲାର ହଜାର ହଜାର ଲୋକ ବ୍ୟବସାୟ, ଗମନା ଗମନ ଓ ଡାକ୍ତରୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । କେସିଙ୍ଗା ରେଳ ଷ୍ଟେସନରେ ସମସ୍ତ ଦୂରଗାମୀ ଟ୍ରେନ ରହଣୀର ବ୍ୟବସ୍ଥା ରହିଥିବାରୁ ଯାତ୍ରୀମାନେ ସୁବିଧାରେ ବିଶାଖାପାଟଣା, ମୁମ୍ବାଇ, ରାୟପୁର ଆଦି ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାନ୍ତି । ତେବେ ଆଜିକୁ ପ୍ରାୟ ବର୍ଷେ ହେଲାଣି କେସିଙ୍ଗା ରେଳ ଷ୍ଟେସନରେ ନୂତନ ୪ ନମ୍ୱର୍ ପ୍ଲାଟଫର୍ମ ତିଆରି କରାଯାଇ ଉଦ୍ଘାଟନ ମଧ୍ୟ କରାଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ ଟ୍ରେନ ରହୁନାହିଁ । ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ବୟସ୍କ ଲୋକମାନେ ୩ ନମ୍ୱର୍ ଓ ୨ ନମ୍ୱର୍ ପ୍ଳାଟ୍ ଫର୍ମକୁ ଯିବାକୁ ବାଧ୍ୟ ହେଇ ବଡ଼ ଫୁଟ ଓଭର ବ୍ରିଜ ଚଢି ଯାଇଥାନ୍ତି । ୪ ନମ୍ବର ପ୍ଲାଟଫର୍ମରେ ମାଲ ଗାଡ଼ି ଯାଆ ଆସ କରୁଥିବା ଓ ରହୁଥିବା ଦେଖା ଯାଉଛି କିନ୍ତୁ ଯାତ୍ରୀ ବାହୀ ଟ୍ରେନ ଯାଆ ଆସ କରୁ ନାହିଁ କି ରହୁନାହିଁ । ବୁଝା ପଡୁନି ଏହି ପ୍ଲାଟଫର୍ମ କାହିଁକି ତିଆରି ହେଇଛି । ଫଳରେ ୪ ନମ୍ୱର ପ୍ଳାଟଫର୍ମରେ ଥିବା ଷ୍ଟେସନର ଏକ ମାତ୍ର ଭୋଜନାଳୟ ବର୍ଷେ ହେଲାଣି ବନ୍ଦ ପଡ଼ିଛି । ଏଥିପାଇଁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ଯାତ୍ରୀମାନେ ମେଡିକାଲ୍ କାମରେ ଯାଇ ରାତ୍ରିରେ ଫେରୁଛନ୍ତି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ନ କହିଲେ ନସରେ । ଏହି ବିଷୟରେ କେସିଙ୍ଗା ସଚେତନ ନାଗରିକ ମଞ୍ଚ ଡିଆରଏମ୍ ସମ୍ବଲପୁର ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଟୁଇଟ କରି ଜଣାଇଛନ୍ତି ଏବଂ ଯଥା ଶୀଘ୍ର ୪ ନମ୍ୱର ପ୍ଳାଟଫର୍ମରେ ଟ୍ରେନ ରହଣୀ ପାଇ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.