ଅଏଁଲାପାଲି ଗିରି ଗୋବର୍ଦ୍ଧନ ପୂଜା: କଂସ ବଧ ସହ ଉଦଯାପିତ ହେଲା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡ ଜିଲ୍ଲା ମ.ରାମପୁର ନିକଟସ୍ଥ ଅଏଁଲାପାଲି କେନାଲ୍ ଛକଠାରେ ଚାଲିଥିବା କଂସ ଦରବାର କଂସ ବଧ ସହିତ ଉଦଯାପିତ ହେଇଯାଇଛି । ଦୀର୍ଘ ପାଂଚ ଦିନ ଧରି ଚାଲିଥିବା କଂସ ଦରବାର କାର୍ଯ୍ୟକ୍ରମରେ ବରଗଡ଼ ଧନୁଯାତ୍ରାରେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଏବଂ ତାଙ୍କରି ଦଳର କଳାକାରଙ୍କ ଜୀବନ୍ତ ତଥା ନିଖୁଣ ଅଭିନୟରେ ଭରପୁର ମଜା ଉଠାଉଥିଲେ ହଜାର ହଜାର ଦର୍ଶକ । ବିଭିନ୍ନ ଦିବସରେ ଅତିଥିଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ସେଠ, ଅନିରୁଦ୍ଧ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ନର୍ଲା ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ମ.ରାମପୁର ଓଳିଲ ସଂଘ ସଭାପତି ଜୟ କୁମାର ସିଂଦେଓ, ସଂପାଦକ ଯତିନ କୁମାର ସାହୁ, ସାଇଦଲଙ୍ଗା ସରପଂଚ ଚଉବନୀ ସାହୁ, ସମିିତି ସଭ୍ୟ ତ୍ରିପୁରା ମାଝୀ, ଆର୍ତ୍ତତ୍ରାଣ ମହାପାତ୍ର, ସରୋଜ୍ ସେଠ, ପଦ୍ମଲୋଚନ ମିଶ୍ର, ଖୁସିରାମ ସାହୁ, ରୋମାଂଚ ସାହୁ, ବିଭୂତି ଭୂଷଣ ମହାଖୁଡ଼, ରୁଦ୍ର ପ୍ରଦାପ ସିଂହ, ହେମନ୍ତ ସାହୁ, ପ୍ରଶାନ୍ତ ସାମନ୍ତରା, ଶୁଭମ୍ ରୋହିଲା, ରାଜ କୁମାର ସିଂଦେଓ ପ୍ରମୁଖ ଅତିଥିଭାବରେ ଯୋଗଦେଇଥିଲେ । ଶେଷ ରାତିରେ କଂସ ଦରବାରରେ ଅତିଥିଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନୀତ ଅତିଥିଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳ ସଚିବ ଡ଼ ନୃପରାଜ ସାହୁ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ମ.ରାମପୁର ବ୍ଳକ ବିଜେଡ଼ି ସଭାପତି ଗୋବିନ୍ଦ ଶତପଥୀ, ସମାଜସେବୀ ବିକାଶ ରଂଜନ ସିଂହଦେଓ, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । କଂସ ଦରବାର ଆରମ୍ଭ ହେବା ପୂର୍ବରୁ ଏହି ମଂଚରେ ମହାରାଜ ଆର.କେ ଳଙ୍କ ଦ୍ୱାରା ମ୍ୟାଜିକ୍ ସୋ ମଧ୍ୟ ପରିବେଷଣ ହେବା ସହିତ ଦିନବେଳେ ସଂଜୟ ସାହୁଙ୍କ ଦ୍ୱାରା ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଆୟୋଜକ କମିଟୀର ସଭାପତି ଝସକେତନ ସାହୁ, ସଂପାଦକ ଶଙ୍କର କୁମାର ସାହୁ, ପୂଜା କର୍ତ୍ତା ଅଭିମନ୍ୟୁ ସାହୁ, ପୂଜକ ଝସକେତନ ତ୍ରିପାଠୀ, ତାପସ ସାହୁ, ସତ୍ୟ ନାରାୟଣ ସାହୁ,ଭବାନୀ ସାହୁ, ରୋମାଂଚ ସାହୁ(ରାଷ୍ଟ୍ର), ଜଗତ ସାହୁଙ୍କ ସମେତ ଏହି କମିଟୀର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.