ଟି୨୦ ବିଶ୍ୱକପ କ୍ରିକେଟ: ନେଦରଲାଣ୍ଡ ନିକଟରୁ ହାରି ଜିମ୍ବାୱେ ବିଦା 

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନେଦରଲାଣ୍ଡ ନିକଟରୁ ହାରି ଜିମ୍ବାୱେ ଟୁର୍ଣ୍ଣାମେଂଟରୁ ବାଦ ପଡିଛି । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୧୭ ରନ କରି ଅଲଆଉଟ ହୋଇ ଯାଇଥିଲା । ସିକନ୍ଦର ରାଜା ୪୦ ରନ କରିଥିଲେ । ୯ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ୧୮୮ ରନର ବିଜୟ ଲକ୍ଷ୍ୟକୁ ନେଦରଲାଣ୍ଡ ୧୮ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲେ । ମ୍ୟାକ୍ସ ଓଡାଡ ୫୨ ରନର ଇନିଂସ ଖେଳି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଟମ କୁପର ୩୨ ଓ ଭାସ ଲି ଲିଡ ୧୨ ରନ କରି ନଟଆଉଟ ରହିଥିଲେ । ବ୍ଲେସଙ୍ଗସ ମୁଜାରବାନୀ ଓ ରିଚାର୍ଡ ଏନଗରୱା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜିମ୍ବାୱେ ୪ଟି ମ୍ୟାଚରୁ ୩ ପଂଏଟ ପାଇଛି । ଶେଷ ମ୍ୟାଚ ଭାରତ ବିପକ୍ଷରେ ଖେଳିବ । ଏଥିରେ ବିଜୟ ହାସଲ କଲେ ବି ଦଳ ସେମିରେ ପ୍ରବେଶ କରିବା ଆଶା କ୍ଷୀଣ । ନେଦରଲାଣ୍ଡ ମଧ୍ୟ ସେମି ଦୌଡରୁ ବାଦ ପଡି ସାରିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.