ମ.ରାମପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଜି ମ.ରାମପୁର ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଉଦ୍ଘାଟିତ ହେଇଯାଇଛି । ମ.ରାମପୁର ଫୁଟବଲ କ୍ଳବ ଆନୁକୁଲ୍ୟରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା ଓ ସମାଜସେବୀ ସତ୍ୟ ନାରାୟଣ ସାହୁ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଦେବେନ୍ଦ୍ର ପୋଢ଼ , ପିଭି ରାଓ, ସୁରଜିତ କୁମାର ଲାକ୍ରା,  ଆୟୋଜକ କମିଟିର ପ୍ରବୀଣ ଭୋଇ, ଆଲୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ । ଆଜି ପ୍ରଥମ ମ୍ୟାଚ୍ କଳାହାଣ୍ଡି ଜିଲ୍ଲା ତୁଲାପଡ଼ା ଓ ବଲାଙ୍ଗୀର ଜିଲ୍ଲା ବୁଦେଲଗୁମା ମଧ୍ଯ ରେ ହେଇଥିବା ବେଳେ ବୁଦେଲ ଗୁମା ୨-୧ରେ ବିଜୟୀ ହେଇଥିଲେ । ଖେଳ ପରିଚାଳନା କରିଥିଲେ ସନ୍ତୋଷ ନାୟକ, ଲାଇନ୍ ମ୍ୟାନ ଥିଲେ ସୁରେଶ ଏବଂ ମୁକୁନ୍ଦ ।  ଖେଳ ପରିଚାଳନାରେ ସହଯୋଗ କରିଥିଲେ ଦୀନେଶ କୁମାର, ଅମୂଲ୍ୟ ଦାଶ, କ୍ଷୀରୋଦ ହେର୍ଣ୍ଣା, ମନୋଜ ସା, ବିନୋଦ ହେର୍ଣ୍ଣା, ଦୁଷ୍ମନ୍ତ,ସୁବଳ ଏବଂ ବବଲୁ । ଦ୍ଵିତୀୟ ଦିନର ମ୍ୟାଚ୍ ରଜାପଡା ଓ ଗଜବହାଲ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.