ଶିକ୍ଷଣ ପରିପୂରଣ ଯୋଜନାର ତଦାରଖ କଲେ ଓସେପାର ଯୁଗ୍ମ ନିର୍ଦ୍ଦେଶିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କୋଭିଡ ସମୟରେ  ପ୍ରାୟ ଦୁଇବର୍ଷ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଭାବିତ ହୋଇଥିବା ବେଳେ ଶ୍ରେଣୀଗୃହ ଶିକ୍ଷା ଅଭାବରୁ ପିଲାମାନଙ୍କର ଶିକ୍ଷଣ ସ୍ତର ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ଶିକ୍ଷଣ ସ୍ତରରେ ହୋଇଥିବା ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ବର୍ତ୍ତମାନ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ତୃତୀୟରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ଚାଲିଅଛି । ତେବେ କଳାହାଣ୍ଡି ଜିଲ୍ଲାରେ ଏହାର ସୁପରିଚାଳନା ତଦାରଖ ପାଇଁ ଓସେପା ଯୁଗ୍ମ ନିର୍ଦ୍ଦେଶିକା ସୁରେଖା ତରାଇ ଓ ପ୍ରୋଗ୍ରାମର ଚିନ୍ମୟନନ୍ଦ ସାମନ୍ତରାୟ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ଉପସ୍ଥିତ ଥିଲେ । ଶ୍ରୀମତୀ ତରାଇ ବିଭିନ୍ନ ବ୍ଲକର ବିଇଓ, ଏବିଇଓ, ପେଡାଗୋଜି ସଂଯୋଜିକା ତଥା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ସୁଭଦ୍ରା ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା ସହ ତାହାର ଅନଲାଇନ ମନିଟରିଂ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ କେମିତି ଦାୟିତ୍ୱପୂର୍ଣ୍ଣ ଭାବେ ଏହାର ସମ୍ପାଦନ କରିବେ, ସେଥିପ୍ରତି ସେ ପରାମର୍ଶ ଦେଇଥିଲେ ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.