ଗଜବାହାଲରେ ମଣ୍ଡି ଖୋଲିବା ଦାବି ପ୍ରସଙ୍ଗ: ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ଠାରେ ଧାନ ମଣ୍ଡି ଖୋଲାଯିବା ଦାବିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆଜି ଦ୍ୱିତୀୟ ଦିନ ରେ ଆନ୍ଦୋଳନକାରୀ ମାନେ ରିଷିଡା -ତୁଷୁରା -ବଲାଙ୍ଗୀର, ମ.ରାମପୁର -ରିଷିଡା -କର୍ଲାମୁଣ୍ଡା ରାସ୍ତାରେ ଗଛ ପକେଇ ଅବରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ପ୍ରଦର୍ଶନ କରିଥିଲେ। ଆଜି ଧାରଣା ସ୍ଥଳ ରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ଅରବିନ୍ଦ ଗହୀର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ନାଏବ ସରପଞ୍ଚ ଦେବକୀ ମହାନନ୍ଦ, ୱାର୍ଡ ମେମ୍ବର ସନ୍ତୋଷ ଦାଶ, ଅବନ୍ତି ମାଝୀ, ଚାଷୀ ନୃପ ମଣୀ ଗହୀର, ଉତ୍ତମ ଭୋଇ, ମକୁନ୍ଦ ମାଝୀ, ପ୍ରଫୁଲ୍ଲ କୁମାର ସାହୁ, ବୈକୁଣ୍ଠ ବିହାରୀ ପଧାନ, ପୂର୍ଣଚନ୍ଦ୍ର ମାଝୀ, ତ୍ରିଲୋଚନ ଗହୀର, ଦାମୋଦର ପଧାନ, ଅଶ୍ୱିନୀ ବେହେରା, ସୁବଳ ପଧାନ, ରଶ୍ମିରଞ୍ଜନ ମିଶ୍ର, ଅଖିଳ ମିଶ୍ରଙ୍କ ସମେତ ବହୁ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ତେବେ ଆଜି (ଶନିବାର) ଅପରାହ୍ନ ଚାରିଟା ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଧାରଣା ସ୍ଥଳରେ ପହଂଚି ଗଜବାହାଲ ଠାରେ ସପ୍ତାହକୁ ଦିନେ, ଦି ଦିନ ଧାନ କିଣିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସମୟରେ ତହସିଲଦାର ମିଳନ ଝାଙ୍କର ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଶ୍ରୀ ସିଂଦେଓଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.