କୁଲତା ଯୁବ ସମ୍ବିଳନୀ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୁଲତା ଯୁବ ଶକ୍ତି ଓଡ଼ିଶାର ପ୍ରଥମ ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେରେ ଡିସେମ୍ବର ୨୪ ତାରିଖ ଦିନ ମାଣ୍ଡେଲ ଗ୍ରାମଠାରେ ରାଜ୍ୟ ସ୍ତରୀୟ ଯୁବ ସମ୍ବିଳନୀ କରିବା ପାଇଁ ସ୍ଥିର କରାଗଲା । କୁଲତା ଯୁବ ଶକ୍ତି ଜୋନ ୧ ସଭାପତି ଡୋଲାମଣି ପ୍ରଧାନଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ଯୁବ ସମ୍ମିଳନୀର ସଫଳ ଅୟୋଜନ ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ମାଣ୍ଡେଲ ଗ୍ରାମର କପିକେତନ ନାଏକଙ୍କୁ ଯୁବ ସମ୍ମିଳନୀର ସର୍ବବ୍ୟବସ୍ଥା ପ୍ରମୁଖ ଭାବରେ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏହି ବୈଠକରେ କୁଲତା ସମାଜର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ମଧ୍ୟରେ କୁଲତା ଯୁବ ଶକ୍ତିର ଉପଦେଷ୍ଟା ହରେକୃଷ୍ଣ ଭୋଇ, କୁଲତା ଯୁବ ଶକ୍ତି ସାଧାରଣ ସଂପାଦକ ହରିଶ୍ଚନ୍ଦ୍ର ନାଏକ, ସ୍ବାସ୍ଥ୍ଯ ସଂଯୋଜକ ମିଲନ କୁମାର ଭୋଇ, କଳାହାଣ୍ଡି ଜିଲ୍ଲା ସଂଯୋଜକ ମୋତିଲାଲ ସା, ପ୍ରଦ୍ୟୁମ୍ନ ନାଏକ, ଶରତ କୁମାର ଭୋଇ, ସନାତନ ବିଶ୍ବାଳ, ପ୍ରଦୀପ ପଧାନ, ସୁରେଶ ଚନ୍ଦ୍ର ନାଏକ, ନବକିଶୋର ନାଏକ, ମିଲଟନ ବିଶ୍ବାଳ, ଦୁର୍ଗା ନାଏକ, ସୁମନ୍ତ ନାଏକ, ସାରଥି ନାଏକ, ଜରାସନ୍ଧ ନାଏକ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.