ଓଡିଶା ସାମ୍ବାଦିକ ସଂଘ ଓଜେୟୁ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ସମୂହଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର ବିଭିନ୍ନ ଜିଲ୍ଲା ଶାଖାପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ଅବସରରେ  ୧୦ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ପ୍ରଦାନ କରାଯାଉଛି। ଏହି କ୍ରମରେ ଓଜେୟୁ କଳାହାଣ୍ଡି ଜିଲ୍ଲା ଶାଖା ସଭାପତି ନିରୋଜ କୁମାର ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଲକ୍ଷ୍ମଣ ସ୍ବାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡିଙ୍କୁ ଭେଟି ଏହି ୧୦ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ସୂଚନାରୁ ପ୍ରକାଶ ଯେ,ଓଡିଶା ପ୍ରଦେଶରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅନ୍ୟାୟ, ଅତ୍ୟାଚାର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଦିନକୁ ଦିନ ଉପେକ୍ଷିତ, ଅବହେଳିତ ଓ ଶୋଷିତ ହେଉଥିବା ଅଭିଯୋଗ ହେଉଛି। ଏନେଇ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ ଶୃଙ୍ଖଳିତ ଭାବରେ ସାମ୍ବାଦିକ ସମୂହଙ୍କ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ସରକାରଙ୍କ ଠାରେ ବିଭିନ୍ନ ପ୍ରକାର ଦାବୀ କରିଆସୁଛନ୍ତି। ନିକଟ ଅତୀତରେ ଏନେଇ ଓଜେୟୁ ପକ୍ଷରୁ ଭୁବନେଶ୍ୱରର ରାଜମାର୍ଗରେ ଏକ ବିରାଟ ଧରଣର ସମାବେଶ ହୋଇଥିଲା।ପ୍ରତ୍ୟେକ ଜିଲ୍ଲାରୁ ବିପୁଳ ସଂଖ୍ୟାରେ ସାମ୍ବାଦିକ ମାନେ ପ୍ରତିନିଧିତ୍ଵ କରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶ କରିବା ସହିତ ମାନ୍ୟବର ରାଜ୍ୟପାଳଙ୍କ ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ମଧ୍ୟ ସାମ୍ବାଦିକ ସମୂହଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ କିମ୍ବା ପ୍ରତିଶୃତି ନ ମିଳିବା ନେଇ ସାମ୍ବାଦିକ ସମୂହଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଚେତାବନୀ ଦେବା ପୂର୍ବକ ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଜେୟୁର ପ୍ରତ୍ୟେକ ଜିଲ୍ଲା ଶାଖା ପକ୍ଷରୁ ପୁଣି ଥରେ ଏହି ଦାବିପତ୍ର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିୟାରେ ଏହି ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଉଛି। ଏହି କ୍ରମରେ ରାଜ୍ୟରେ ସାମ୍ବାଦିକ ମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ମହାରାଷ୍ଟ୍ର ଢାଞ୍ଚାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ ସ୍ବାସ୍ଥ୍ୟ ବୀମା ରାଶି ବାର୍ଷିକ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା,ସାମ୍ବାଦିକଙ୍କ ମୃତ୍ୟୁକାଳୀନ ସହାୟତା ରାଶି ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବା, ସମ୍ବେଦନଶୀଳ ଘଟଣା କିମ୍ବା ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା ପ୍ରଣୟନ କରି ତାଲିମ ପ୍ରଦାନ କରିବା, ଅବସର ପରେ ସାମ୍ବାଦିକଙ୍କୁ ଅବସରକାଳୀନ ଭତ୍ତା ପ୍ରଦାନ, ସରକାରଙ୍କ ଦ୍ବାରା ଘୋଷିତ ସାମ୍ବାଦିକଙ୍କୁ ବ୍ୟାଙ୍କ ଋଣ ପ୍ରଦାନର ସରଳିକରଣ, ସାମ୍ବାଦିକ ଅଧିସ୍ବୀକୃତୀ ନିତୀର ସରଳିକରଣ କରି ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକଙ୍କୁ ମଧ୍ୟ ସାମିଲ କରିବା, ବ୍ଲକ, ଉପଖଣ୍ଡ,କିମ୍ବା ଜିଲାସ୍ତରୀୟ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ରିହାତି ମୂଲ୍ୟରେ ଘରଭଡା ବ୍ୟବସ୍ଥା କିମ୍ବା ସାମ୍ବାଦିକ କଲୋନୀ ମାନ ନିର୍ମାଣ କରି ରିହାତି ମୂଲ୍ୟରେ ଭଡାଘର ପ୍ରଦାନ କରିବା, ଗଣମାଧ୍ୟମ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ବିଜ୍ଞାପନ ରାଶିରୁ ଅତିକମରେ ଦୁଇ ପ୍ରତିଶତ ଲେଭି ଆଦାୟ କରି ସାମ୍ବାଦିକ କଲ୍ୟାଣ ପାଣ୍ଠି ମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ନିମିତ୍ତ ଖର୍ଚ୍ଚ କରିବା, ସାମ୍ବାଦିକଙ୍କ ବୃତ୍ତିଗତ, ସାମାଜିକ, ଅର୍ଥନୈତିକ, ପାରିବାରିକ, ଗୋଷ୍ଠୀଗତ ଓ ଆନୁଷ୍ଠାନିକ ସୁରକ୍ଷା ଆଦି ଦିଗରେ ବୈଚାରିକ ସମନ୍ୱୟ ରକ୍ଷା ନିମନ୍ତେ ରାଜ୍ୟ ସ୍ତରରେ ବିଭିନ୍ନ କମିଟି ଗଠନ କରାଯାଇ ସେହି କମିଟି ମାନଙ୍କରେ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନର ମୁଖ୍ୟ କିମ୍ବା ପ୍ରତିନିଧିଙ୍କୁ ସ୍ଥାନିତ କରିବା ଭଳି ୧୦ ଟି ଦାବୀ ଲିଖିତ ଭାବରେ ଓଜେୟୁ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡିଙ୍କୁ ଜରିୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରସଯାଇଛି। ଓଜେୟୁ କଳାହାଣ୍ଡି ଶାଖା ପକ୍ଷରୁ ଜିଲ୍ଲା ଶାଖା ସଭାପତି ଶ୍ରୀ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଶ୍ରୀ ସ୍ବାଇଁଙ୍କ ସହ କୋଷାଧ୍ୟକ୍ଷ ଅଭିରାମ ପ୍ରସାଦ ପଟ୍ଟନାୟକ, ନରେନ୍ଦ୍ର ଦାସ, ସଞ୍ଜୟ ବେହେରା, ବିରଞ୍ଚି ଯୋଶୀ, ସନ୍ତୋଷ ପ୍ରଧାନ, ସତ୍ୟନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.