ଜୈବିକ ଚାଷ କରିବାକୁ ଆହ୍ୱାନ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସ୍ଥିତ ବିଶାଳ ଇନ ହୋଟେଲରେ ଜୈବିକ ଚାଷ ଉପରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାଷୀ, କୃଷକ ଉତ୍ପାଦକ ସଙ୍ଘ, କୃଷକ କ୍ଳବ ଏବଂ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଡ଼. ଜୟ ଶଙ୍କର ଦାଶ, ପୂର୍ବତନ ବୈଜ୍ଞାନିକ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଭାରତ ସରକାର ଏବଂ ଗୁଜୁରାଟ ସରକାରଙ୍କର ପୂର୍ବତନ ଉପଦେଷ୍ଟା ଏବେ ଭାରତ ଏବଂ ଅନ୍ୟ ଦେଶରେ ବିଭିନ୍ନ ରିସର୍ଚ୍ଚ କାମରେ ନିଯୁକ୍ତି ପାଇଛନ୍ତି । ସମ୍ମାନୀୟ ଅତିଥି ଡ଼. ପଦ୍ମଜା ମହାନ୍ତି, କାୟୋ ଭେଞ୍ଚରର ମୁଖ୍ୟ ନିର୍ଦେଶିକା ଏବଂ ଭାରତ ବର୍ଷରେ ବିଭିନ୍ନ କମ୍ପାନୀ ପ୍ରତିଷ୍ଠା କରିଛନ୍ତି ଏବଂ ଜୈବିକ ଚାଷକୁ ଆଗକୁ ନେବାପାଇଁ ସାରା ଭାରତରେ ତାଙ୍କର ରିସର୍ଚ୍ଚ କାମ ଜାରି ରଖିଛନ୍ତି ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଓଟ ମାଟ କମ୍ପାନୀର ଦେବୀପ୍ରସାଦ ପତି, ଲାଲାଟ କିଶୋର ଚୌଧୁରୀ, ନିରଞ୍ଜନ ରାଉଳ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଟି ଜୌବିକ ପ୍ରଡକ୍ଟ ଲଞ୍ଚ କରାଯାଇଥିଲା ଯଥା ଅଗ୍ରୋଚାର୍ଜର ଏବଂ ଅଗ୍ରୋ କ୍ଲିନର ଏହା ଓଡିଶାର ସବୁ ଚାଷୀ ଭାଈ ମାନଙ୍କ ପସନ୍ଦ ହବାରେ ସହାୟତା ହେବ ଏବଂ ଓଟ ମାଟର ଲକ୍ଷ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲା ରେ ଓଡ଼ିଶା ବାହାରେ ଏହାର ପ୍ରଚାର ଓ ପ୍ରସାର କରାଯିବ ଏବଂ ଚାଷ ବିଭିନ୍ନ ଇନପୁଟ ଯୋଗେଇ ଦିଆଜିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.