ଧର୍ମପରାୟଣା ମହିଳାଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ବୟାଳିଶ ମୌଜା ସ୍ଥିତ ପଟଣା ଗ୍ରାମର ମହେଶ୍ବର ବେହେରାଙ୍କ ଧର୍ମପତ୍ନୀ ପ୍ରମିଳା ବେହେରାଙ୍କର ହୃଦଘାତ ଜନିତ ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା। ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ, ପରୋପକାରୀ ତଥା ଧର୍ମ ପରାୟଣା ମହିଳା ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ, ବନ୍ଧୁ ପରିଜନ ଓ ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଅଛି। ପୁତ୍ର କୈବଲ୍ୟ ବେହେରା ମୁଖାଗ୍ନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭମରବର ବେହେରା, ବିମ୍ବାଧର ବେହେରା, ହୃଷୀକେଶ ବେହେରା, ବିଚିତ୍ରାନନ୍ଦ ବେହେରା, ଦେବେନ୍ଦ୍ର ବେହେରା, ବୀରବର ବେହେରା, ନାଲୁ ବେହେରା, ଧୀରେନ୍ଦ୍ର ବେହେରା, ବିଳାସ ଚନ୍ଦ୍ର ବେହେରା, ଦେବେନ୍ଦ୍ର କୁମାର ପଲେଇ, ଦୀପକ ବେହେରା, ସପନି ବେହେରା, ଅର୍ଜୁନ ବେହେରା, ବାବୁଲି ବେହେରା, ବାଘ ବେହେରା, ସୁଧାଂଶୁ ଶେଖର ଦାସ, ସମାଜସେବୀ ଅସୀମ ଦାସ, ଅଶୋକ କୁମାର ମହାନ୍ତି, ଲିତେଶ ବେହେରା, ବିବେକାନନ୍ଦ ବେହେରା, ପ୍ରବୋଧ ପ୍ରଧାନ, ଶଶାଙ୍କ ଶେଖର ଦାଶ, ସୁଧାଂଶୁ ଶେଖର ପଲେଇ, ଭଜକୃଷ୍ଣ ଲେଙ୍କା, କୁନୁ ବେହେରା, କାଞ୍ଚନବାଳା ବେହେରା, ଲୋଚନବାଳା ବେହେରା, କନକଲତା ବେହେରା, ସ୍ୱାଗତିକା ବେହେରା, ସ୍ମରଣିକା ବେହେରା, ଇସ୍ପିତା ବେହେରା, ଝରଣା ପଲେଇ, ଗୀତାଞ୍ଜଳୀ ବେହେରା ଓ ଝଲ୍ଲୀ ବେହେରା, ସମିତି ସଭ୍ୟ ଜୟକୃଷ୍ଣ ଦାସ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ବୀରବର ଲେଙ୍କା, ସରପଞ୍ଚ ଶିଶିର କୁମାର ରାଉତ ଓ ୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.