ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧର ମିଳିତ ଅନୁକୂଲ୍ୟରେ ସାମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଯୁରାବନ୍ଧ ସ୍ଥିତ କପିଳେଶ୍ବର ଯୁବକ ସଂଘ ପରିସରରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଅମ୍ବେଦକର ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଂଘର ସଭାପତି ତୁଳାଚନ୍ଦ୍ର ପୋଡଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପ ସଭାପତି ଲୋକେଶ୍ୱର ପୋଡ, ଘଣ୍ଟେଶ୍ଵର ପୋଡ, ୟୁଥ ସଭାପତି ମୋହନ ବାଗ, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଢ, ରଞ୍ଜନ ଭାଟି, ନିର୍ମାଲ୍ଯ ବାଗ, ମୁନିନ୍ଦ୍ର ବାଗ, ସୋନୁ ଛତ୍ରିଆ, ମାୟାଧର ପୋଡ, ସୁରୁ ପୋଡ, ଦୁଷ୍ମନ୍ତ ପୋଡ, ରୁଦ୍ର ବାଗ, ସେନ ପୋଡ, ବିକ୍ରମ ହଂସ ପ୍ରମୁଖଙ୍କ ସହ ସମସ୍ତ ସଦସ୍ଯ ଉପସ୍ଥିତ ରହି ସମ୍ବିଧାନ ବିଷୟରେ ଆଲୋଚନା କରିଥିଲେ।ଶେଷରେ ସଂଘର ସଂପାଦକ ଲିଙ୍ଗରାଜ ପୋଡ ଧନ୍ୟବାଦ ଅର୍ପଣ କରିଥିଲେ।