ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ କଳାହାଣ୍ଡି ଉତ୍ସବ ପାଇଁ ଆଜି ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ପ୍ରଚାର ପ୍ରସାର କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବୈଦ୍ୟନାଥ ବେହେରା, ଇଙ୍ଗିତ କୁମାର ପଣ୍ଡା, ଉମେଶ ଦୁରିଆ, ସାମ୍ବାଦିକ କୃଷ୍ଣ ଦାସ ନାଏକ, ପ୍ୟାରି ଲାଲ ଦୁର୍ଗା, ପ୍ରମୋଦ ପଣ୍ଡା, ଜନ୍ମେଜୟ ନାଏକ, ନରେଶ ସୁନାନୀ, ସୌମ୍ୟ ରଞ୍ଜନ ନାଏକ, ରମେଶ ସାଗର, ରୋହିତ ବାଗ ଓ ବାଜି ପ୍ରଧାନଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ସର୍ବ ସମ୍ମତି କ୍ରମେ କମିଟି ପକ୍ଷରୁ ମୂଖ୍ୟ ରାସ୍ତା କଡରେ ହୋଡିଙ୍ଗସ ଓ ରୋଡ଼ ଆର ଚିସ ନିର୍ମାଣ, ସ୍ଥାନୀୟ କେଦାର ଡ଼ିସ ମାଧ୍ୟମରେ ୩ ଦିନ ଲାଇଭ ଟେଲିକାଷ୍ଟ, ମାଇକ ଯୋଗେ ବିଭିନ୍ନ ବ୍ଳକ ଅଞ୍ଚଳରେ ପ୍ରଚାର ଓ ପ୍ରସାର, ଉତ୍ସବ ସମ୍ବଧିତ ବିଭିନ୍ନ ପ୍ରତିଯୋଗିତା ଓ ତିନି ଦିନ ଧରି ହେବାକୁ ଥିବା କଳାହାଣ୍ଡି ଉତ୍ସବର ବିଭିନ୍ନ ଖବରକୁ ନିଜ ନିଜ ପ୍ରିଣ୍ଟ ମିଡିଆ, ସେଟେଲାଇଟ ମିଡିଆ, ୱେବ ମିଡିଆ ଓ ସାମାଜିକ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ସ୍ଥିର ହୋଇଥିଲା। ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।